କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଶବ୍ଦରେ ସମାଲୋଚନା କଲେ ସସ୍ମିତ, କହିଲେ- ବିକାଶକୁ ସହି ପାରୁ ନାହାନ୍ତି

Published By : Prameya-News7 Bureau | April 15, 2024 IST

ଭୁବନେଶ୍ଵର:  ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର । କହିଛନ୍ତି, ବିକାଶକୁ ସହି ପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼ କେଉଁଠି ବି ଗୋଟିଏ ମଧ୍ୟ ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର କରି ପାରିନାହାନ୍ତି କେନ୍ଦ୍ରମନ୍ତ୍ରୀ । ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ବି କରିପାରିଲେ ନାହିଁ ରାଜ୍ୟ କଥା ଛାଡ଼ନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ ରୁମ କରି ପାରିଲେନାହିଁ । ଓଡ଼ିଶାରେ 5T ମାଧ୍ୟମରେ ସ୍କୁଲ ରୂପାନ୍ତରଣକୁ ଦେଖି କେନ୍ଦ୍ରମନ୍ତ୍ରୀ କିଛି ଶିଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ। 

ସେହିଭଳି ସସ୍ମିତ୍‌ କହିଛନ୍ତି  NH-55 ଅବସ୍ଥା ନକହିବା ଭଲ। ବାରମ୍ବାର ସମ୍ବଲପୁର ଓ ଢେଙ୍କାନାଳ ଲୋକ ଅଭିଯୋଗ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏନେଇ ମୁହଁ ଖୋଲିଲେ ନାହିଁ । NH-55ରେ  ଯେଉଁମାନଙ୍କର ଜୀବନ ଯାଇଛି ସେମାନଙ୍କ ପାଖକୁ ଧର୍ମେନ୍ଦ୍ର କେମିତି ଭୋଟ ମାଗିବାକୁ ଯିବେ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ପାନୀୟ ଜଳକୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ସେ ବୋଧେ ଜାଣି ନାହାନ୍ତି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି। ଯଦି ପୁରସ୍କାର ନମିଳନ୍ତା ତେବେ କେନ୍ଦ୍ରରେ ତାକୁ ବଦନାମ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଯଥେଷ୍ଟ ସୁଯୋଗ ମିଳିଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ନିଜ ବିଫଳତାକୁ ସ୍ବୀକାର କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.