ବଢ଼ିଲା ଶଶୀଧର ଜଗଦୀଶନଙ୍କ କାର୍ଯ୍ୟକାଳ, ଆଗାମୀ ତିନି ବର୍ଷ ଯାଏଁ ସମ୍ଭାଳିବେ HDFC ବ୍ୟାଙ୍କ୍ର ସିଇଓ-ଏମଡି ଦାୟିତ୍ୱ
19/09/2023 at 8:33 PM

ନୂଆଦିଲ୍ଲୀ: ଏଚ୍ଡିଏଫ୍ସି (HDFC) ବ୍ୟାଙ୍କ୍ର ଏମଡି-ସିଇଓ ଶଶୀଧର ଜଗଦୀଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ସେ ନିଜ ପଦରେ ରହିବେ। ଆରବିଆଇ ଆଗାମୀ ତିନି ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ତଥା ପୁନଃ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଶଶୀଧର ଜଗଦୀଶନଙ୍କ କାର୍ଯ୍ୟକାଳ ୨୦୨୩ ଅକ୍ଟୋବର ୨୬ରେ ଶେଷ ହେଉଥିଲା। ଶଶୀଧର ଜଗଦୀଶନ ୨୦୨୩ ଅକ୍ଟୋବର ୨୭ରୁ ୨୦୨୬ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଏମଡି-ସିଇଓ ଭାବରେ ରହିବେ।
ଆହୁରି ପଢ଼ନ୍ତୁ: ଦୁନିଆର ପ୍ରତିଷ୍ଠିତ ବ୍ୟାଙ୍କ୍ ମଧ୍ୟରେ ଭାରତର ପ୍ରଥମ, ୧୦୦ ବିଲିୟନ ମାର୍କେଟ୍ କ୍ୟାପ୍ କ୍ଲବ୍ରେ ଏଣ୍ଟ୍ରି କଲା HDFC
ଉଲ୍ଲେଖଯୋଗ୍ୟ, ଶଶୀଧର ଜଗଦୀଶନ ୧୯୯୬ରୁ ଏଚ୍ଡିଏଫ୍ସି ବ୍ୟାଙ୍କ୍ ସହ ରହିଛନ୍ତି । ୧୯୯୯ରେ ସେ ବିଜନେସ୍ ହେଡ୍-ଫାଇନାନ୍ସ, ୨୦୦୮ରେ ବ୍ୟାଙ୍କ୍ର ସିଏଫଓ ହୋଇଥିଲେ। ଏହାପରେ ୨୦୨୦ ଅକ୍ଟୋବର ୨୬ରେ ଶଶିଧର ଜଗଦୀଶନ ଏଚ୍ଡିଏଫ୍ସି ବ୍ୟାଙ୍କ୍ର ଏମଡି ଭାବରେ ଦାୟିତ୍ବ ସମ୍ଭାଳିଥିଲେ। ଜଗଦୀଶନ ଆଦିତ୍ୟ ପୂରୀଙ୍କ ସ୍ଥାନରେ ନିଯୁକ୍ତ ହୋଇଥିଲେ।
ଏଚ୍ଡିଏଫ୍ସି ବ୍ୟାଙ୍କ୍ରେ, ଏଚ୍ଡିଏଫ୍ସି ହାଉସିଙ୍ଗ୍ ଫାଇନାନ୍ସ କମ୍ପାନିର ବିଲୟରେ ଶଶିଧର ଜଗଦୀଶନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ୨୦୨୩ ଜୁଲାଇ ୧ରୁ ଔପଚାରିକ ଭାବରେ ଏଚ୍ଡିଏଫ୍ସି ବ୍ୟାଙ୍କ୍ରେ ଏଚ୍ଡିଏଫ୍ସିର ବିଲୟ ହୋଇସାରିଛି।