ଖଡଗେ କଂଗ୍ରେସର ‘ଭିଷ୍ମ ପିତାମହ’, ତେବେ ଦଳ ଲାଗି ମୋର ଭିଜନ ଅଛି: ଶଶି ଥରୁର

Published By : Prameya-News7 Bureau | September 30, 2022 IST

ନୂଆଦିଲ୍ଲୀ ୩୦।୯: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିମନ୍ତେ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ସରିଛି। ସାଂସଦ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶଶି ଥରୁର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରୁ ଖଡଗେ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବା ନିଶ୍ଚିତ ହୋଇଯାଇଛି। ପ୍ରାର୍ଥୀପତ୍ର ଦାଖଲ ପରେ ଥରୁର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିମନ୍ତେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନକୁ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱୀତା ବୋଲି କହିଛନ୍ତି।

ସେ ଖଡଗେଙ୍କୁ ଭିଷ୍ମ ପିତାମହ ବୋଲି କହିଛନ୍ତି। ତେବେ ଦଳକୁ ଏକବିଂଶ ଶତାବ୍ଦୀ ଦୃଷ୍ଟିରେ ଯେପରି ପରିବର୍ତ୍ତନ ଦରକାର ସେପରି ପରିବର୍ତ୍ତନ ନିମନ୍ତେ ମୋ ନିକଟରେ ଭିଜନ ଥିବା କହିଛନ୍ତି। ଏହାବାଦେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ଯେଉଁମାନେ ଯଥାସ୍ଥିତି ଚାହାନ୍ତି ସେମାନେ ଖଡଗେଙ୍କୁ ମନୋନୀତ କରିପାରନ୍ତି, ତେବେ ପରିବର୍ତ୍ତନ ଚାହୁଁଥିଲେ ମୋତେ ବାଛି ପାରିବେ ବୋଲି ମଧ୍ୟ କହିଛନ୍ତି।

{"id":690370,"width":839,"height":762,"sizeSlug":"full","linkDestination":"none"}

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବାରୁ ଖଡଗେଙ୍କୁ ସେ ଅନାଦାର କରିପାରିବେନି ବୋଲି ଥରୁର କହିଛନ୍ତି। ତେବେ ମୁଁ ମୋର ବିଚାରବ୍ୟକ୍ତ କରିବି ବୋଲି ଥରୁର ଖୋଲାଖୋଲି କହିଛନ୍ତି। ଖଡଗେଙ୍କୁ ସେ ନିରନ୍ତରତା କାୟମ ରଖିବା  ଲାଗି ନେତା ବୋଲି କହିଛନ୍ତି। ଏହା ଛଡା କର୍ଣ୍ଣାଟକର ନେତା ଗାନ୍ଧି ପରିବାରଙ୍କ ପସନ୍ଦବୋଲି କହିଛନ୍ତି।

ଥରୁର ଓ ଖଡଗେ ଉଭୟ ଦକ୍ଷିଣ ଭାରତରୁ ପ୍ରତିନିଧିତ୍ୱ କରନ୍ତି। ତେବେ ପାର୍ଟିର ଅଧିକାଂଶ ପ୍ରତିନିଧି ଯେଉଁମାନେ ଭୋଟ ଦେବେ ସେମାନେ ହିନ୍ଦୀଭାଷୀ ରଜ୍ୟମାନଙ୍କର। ସେ କହିଛନ୍ତି ଯେ କଂଗ୍ରେସ ଲାଗି ମୋର ଏକ ଦୃଷ୍ଟିକୋଣ ରହିଛି ଓ ଏହାକୁ ମୁଁ ସାରା ଦେଶରେ ୯ ହଜାରରୁ ଅଧିକ ପ୍ରିତିନିଧିଙ୍କ ସହ ବାଣ୍ଟିବି ଓ ସେମାନଙ୍କ ସମର୍ଥନ ଲୋଡିବି, କାରଣ ମୋ ପ୍ରାର୍ଥୀପତ୍ର ହିଁ ମୋତେ ମିଳୁଥିବା ବ୍ୟାପକ ସମର୍ଥନକୁ ଦର୍ଶାଉଛି ବୋଲି ଥରୁର କହିଛନ୍ତି । ତାଙ୍କ ପ୍ରାର୍ଥୀପତ୍ରରେ ୧୨ରୁ ଅଧିକ ରାଜ୍ୟଙ୍କ ପାର୍ଟି କାର୍ଯ୍ୟକର୍ତ୍ତାମାନେ ସ୍ୱାକ୍ଷର କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.