ସାରୁଅ ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ତୃତୀୟ ଦିନରେ ଶ୍ରମିକଙ୍କ ଧାରଣା

Published By : Prameya-News7 Bureau | November 03, 2020 IST

ଖୋର୍ଦ୍ଧା ୦୩।୧୧ : ଧାରଣା ତୃତୀୟ ଦିନରେ । ଖୋର୍ଦ୍ଧା ସାରୁଅରେ ଥିବା ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକ ମାନଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଗତ ୧ ତାରିଖ ସକାଳ ୮ ଟାରୁ ତରଙ୍ଗ  ଷ୍ଟୁଡିଓର ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି। 

{"id":355244,"sizeSlug":"large"}

ତରଙ୍ଗ ଷ୍ଟୁଡିଓରେ  ଶ୍ରମିକ ମାନଙ୍କୁ କର୍ତ୍ତୃପକ୍ଷ ଗାଳିଗୁଲଜ, ଧମକ ଚମକ ଦେବା ସହ କାମ ବନ୍ଦ କରିବା ନେଇ ଅଭିଯୋଗ ଆସିଛି । ଶ୍ରମିକ ମାନଙ୍କୁ ଉପଯୁକ୍ତ ଦରମା ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି । ଯାହାଫଳରେ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା  ଶ୍ରମିକ ମାନେ ଧାରଣା ଦେଇଛନ୍ତି ।

{"id":355245,"sizeSlug":"large"}

ପୁର୍ବରୁ  ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକ ମାନଙ୍କୁ ଗାଳିଗୁଲଜ, ଧମକ ଚମକ ଅଭିଯୋଗରେ ବାଘମାରୀ ପୋଲିସ ଓଡିଶା ଇମ୍ପ୍ରାର ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧ ତାରିଖରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଶ୍ରମ ଅଧିକାରୀ ଧାରଣାରେ ବସିଥିବା ଶ୍ରମିକ ମାନଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଦାବି ପୂରଣ ନହେବା ଯାଏଁ ଧାରଣା  ଜାରି  ରହିବ ବୋଲି ଶ୍ରମିକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.