ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲା, କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ଭାର

Published By : Prameya-News7 Bureau | October 14, 2020 IST

ଭୁବନେଶ୍ୱର ୧୪।୧୦: ସାରୁଅ ଜମି ମାମଲାରେ ତନାଘନା ଜାରି । କ୍ରାଇମବ୍ରାଞ୍ଚକୁ ଗଲା ସାରୁଅ ଜମି ମାମଲା । ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ଭାର । କ୍ରାଇମବ୍ରାଞ୍ଚକୁ ଚିଠି ଲେଖି ଅନୁରୋଧ କରିଛି ରାଜସ୍ବ ବିଭାଗ । କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଖୋର୍ଦ୍ଧା ଜିଲ୍ଲାପାଲଙ୍କ ରିପୋର୍ଟ ଆଧାରରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି।

ମାମଲାରେ ରାଜସ୍ବ ବିଭାଗକୁ ତଦନ୍ତ ପାଇଁ ସୁପାରିସ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ । ଜମି କିଣାବିକାରେ ଅନିୟମିତତା ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ଜମି କିଣାଯାଇଛି । ସାରୁଅରେ ଅନୁସୂଚିତ ଜମି ହଡ଼ପ ନେଇ ଓଟିଭି ବିରୋଧରେ ଆସିଥିଲା ଅଭିଯୋଗ । ଜମି ହଡ଼ପ ନେଇ ବାଘମାରୀ ଥାନାରେ ରୁଜୁ ହୋଇଥିଲା ୩ଟି ମାମଲା ରହିଛି ।  ଅଭିଯୋଗକାରୀ ରବୀନ୍ଦ୍ର ସେଠୀଙ୍କ ଏତଲା ଭିତିରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଓଡ଼ିଶା ଇନ୍‌ଫ୍ରା ଟେକ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ହୋଇଥିଲା ମାମଲା । ଓଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନ୍‌ଫ୍ରା ଟେକ୍ ପ୍ରାଇଭେଟ ଲିମିଟେଡ୍ । ଗତ ୧୨ରେ ସ୍ବତନ୍ତ୍ର ଏଜେନ୍ସି ଜରିଆରେ ତଦନ୍ତ ପାଇଁ ହୋଇଥିଲା ସୁପାରିସ୍ । ବେଗୁନିଆ ତହସିଲ୍ ଅଧିନ ସାରୁଅ ଗାଁରେ ଜମି ଦୁର୍ନୀତି ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.