ନୂଆଦିଲ୍ଲୀ ୧୦/୦୮: ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ହକି ଟିମ୍ । ସ୍ପେନକୁ ହରାଇ ବ୍ରୋଞ୍ଜ ହାତେଇଛି ଦଳ । ଟୋକିଓ ପରେ କ୍ରମାଗତ ଦ୍ୱିତୀୟ ବ୍ରୋଞ୍ଜ । ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ରେକର୍ଡ କରିଛି ଦଳ । ଖାସ୍ ସେଥିପାଇଁ ହରମନପ୍ରୀତଙ୍କୁ କୁହାଯାଏ ଡ୍ରାଗ୍ ଫ୍ଲିକର୍ । ଆଉ ଏବେ ସେ ପାଲଟିଯାଇଛନ୍ତି ସରପଞ୍ଚ ସାହେବ । ଏମିତିକି ବିଜୟ ପରେ ଏହି ନାଁରେ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ଜାଣିଛନ୍ତି ଘରେ ଘରେ ପରିଚିତ ସରପଞ୍ଚ ସାହେବଙ୍କ ରୋଜଗାର କେତେ ? ଭାରତର ସବୁଠାରୁ ଧନୀ ହକି ଖେଳାଳିଙ୍କ ମଧ୍ୟରେ ସେ ଜଣାଶୁଣା । ଆସନ୍ତୁ ଜାଣିବା ତାଙ୍କର କେତେ ସମ୍ପତ୍ତିର ମାଲିକ ହରମନପ୍ରୀତ ।
୨୦୧୫ରେ ଜାପାନ ବିପକ୍ଷରେ ଭାରତ ପାଇଁ କରିଥିଲେ ଡେବ୍ୟୁ । ୨୦୧୬ ରିଓ ଅଲିମ୍ପିକ୍ସରେ ବି ଦେଶପାଇଁ କରିଥିଲେ ପ୍ରତିନିଧିତ୍ୱ । ୨୦୨୨-୨୦୨୩ ପ୍ରୋ ଲିଗ୍ ପୂର୍ବରୁ ଅଧିନାୟକ ଭାବେ ତାଙ୍କୁ ମିଳିଥିଲା ଚାନ୍ସ । କୋଟି କୋଟି ସମ୍ପତ୍ତିର ମାଲିକ ହରମନପ୍ରୀତଙ୍କ ହକି କ୍ୟାରିୟରେ ଅର୍ଜିଛନ୍ତି ଏତେ ଧନ । ୨୦୧୫ରେ, ହକି ଲିଗ୍ ପାଇଁ ୫୧,୦୦୦ ଡଲାରରେ କଣିଥିଲା ଦବଙ୍ଗ ମୁମ୍ବାଇ । ଏଇଠୁ ଆରମ୍ଭ ହୋଇଥିଲା ହକିର ଜୟଯାତ୍ରା । ଟୁର୍ଣ୍ଣାମେଣ୍ଟର 'ମୋଷ୍ଟ ପ୍ରତିଭାବାନ ଖେଳାଳି' ଭାବେ ପୋଣ୍ଟି ଚଢା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ଅନ୍ୟ ଖେଳ ପରି, ଜାତୀୟ ହକି ଖେଳାଳିଙ୍କ ପାଖରେ କେନ୍ଦ୍ରୀୟ ଚୁକ୍ତିନାମା ନାହିଁ । ଏହା ବଦଳରେ ସେମାନେ ପ୍ରତିନିଧିତ୍ୱ କରୁଥିବା ଦଳ ଏବଂ ସଂଗଠନ ତରଫରୁ ମିଳେ ପଇସା । ଆହୁରି ବି ଅନେକ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ପୁରସ୍କାର ରାଶି ମିଳିଥାଏ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳର ପ୍ରତି ସଦସ୍ୟଙ୍କୁ ମିଳିଥିଲା ପୁରସ୍କାର ରାଶି । ପେଟ୍ରୋଲିୟମ କ୍ରୀଡ଼ା ପ୍ରଶାସନ ବୋର୍ଡର ଅନ୍ୟାନ୍ୟ ପୁରସ୍କାର ସହିତ ମିଳିଥିଲା ୧୫ ଲକ୍ଷ ଟଙ୍କା । ଏବେ ସେ ୪୨ କୋଟିର ମାଲିକ ।
ଦେଶ ପାଇଁ ଏବେ ଆଣିଛନ୍ତି ଗୌରବ । ବିଦେଶ ମାଟିରେ ଉଡାଇଛନ୍ତି ବିଜୟର ତ୍ରିରଙ୍ଗା । ହରମନପ୍ରୀତଙ୍କ ଅଧିନାୟକତ୍ୱରେ ବ୍ରୋଞ୍ଜ ହାତେଇଛି ଦଳ । ଆଉ ବିଜୟ ପରେ ସାର ଦେଶ ତାଙ୍କ ପାଇ ଗର୍ବୀତ । ଭିଡିଓ କଲ୍ରେ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସରପଞ୍ଚ ସାହେବ ବୋଲି କରିଥିଲେ ସମ୍ୱୋଧନ । ଯାହା ଶୁଣିବା ପରେ କେବଳ ହରମନ ପ୍ରୀତ ନୁହେଁ ସମସ୍ତ ଖେଳାଳି ଖୁବ୍ ଜୋରରେ ହସିଥିଲେ ।