ବ୍ଲକ୍ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ମାଡ ଅଭିଯୋଗ, ଥାନାରେ ମାମଲା
17/11/2023 at 5:44 PM

ଟିଟିଲାଗଡ ୧୭।୧୧: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ମାଡ ଅଭିଯୋଗ । ଡୁଙ୍ଗରିପାଲି ପଞ୍ଚାୟତର ସରପଞ୍ଚ ଗଜପତି ସାହୁଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସଇଁନ୍ତଲା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କିଛି କଂଗ୍ରେସ ସମର୍ଥକ ଗଜପତିଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ସରପଞ୍ଚ । ତେବେ କାହିଁକି ଓ କ’ଣ ପାଇଁ ତାଙ୍କୁ ମାଡ ମରାଗଲା ତାହା ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
You Can Read :
Related Posts
ସିଲିଣ୍ଡର ବିସ୍ଫୋରଣରୁ ଲାଗିଲା ନିଆଁ, ଲିଭାଇବାକୁ ଯାଇ ୩ ଛାତ୍ରୀ ଗୁରୁତର
1 December 2023
ପୋଡାଅସ୍ତିଆରେ ଦନ୍ତା ଆତଙ୍କ, ମଞ୍ଚା ବନ୍ଧା ଜଙ୍ଗଲରେ ଛାଡିଲା ବନବିଭାଗ
1 December 2023