ପିଇଓଙ୍କୁ ମାଡ ଘଟଣା : ସରପଞ୍ଚଙ୍କ ସ୍ବାମୀ ସୁରେନ୍ଦ୍ର ଭୂୟାଁ ଗିରଫ

Published By : Prameya-News7 Bureau | August 19, 2021 IST

ଆନନ୍ଦପୁର ୧୯।୮: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ପିଇଓଙ୍କୁ ମାଡ ଘଟଣାରେ ସରପଞ୍ଚଙ୍କ ସ୍ବାମୀ ସୁରେନ୍ଦ୍ର ଭୂୟାଁ ଗିରଫ । ଏ ନେଇ ଘସିପୁରା ପୋଲିସର ସୂଚନା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ପିଇଓ ରାମଚନ୍ଦ୍ର ନାୟକଙ୍କୁ ସରପଞ୍ଚଙ୍କ ସ୍ବାମୀ ସୁରେନ୍ଦ୍ର ଭୂୟାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ନିଜ ମନୋନୀତ ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ପିଇଓଙ୍କୁ ଚାପ ପକାଇ ବିଫଳ ହେବାରୁ କ୍ରୋଧରେ ସେ ଏହିକାଣ୍ଡ ଘଟାଇଥିବା ଜଣାପଡିଥିଲା ।

ସଂପୃକ୍ତ ହିତାଧିକାରୀଙ୍କ ପକ୍କା ଘର ରହିଛି । ହେଲେ ସରପଞ୍ଚଙ୍କ ସ୍ବାମୀ ଏହା ଜାଣି ମଧ୍ୟ ସେହି ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବାକୁ ପିଇଓଙ୍କୁ ବାରମ୍ବାର ଚାପ ପକାଉଥିଲେ । ପୋଲିସ ପିଇଓଙ୍କଠାରୁ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.