ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଶର୍ମିଷ୍ଠା ସହଯୋଗୀ ଦୀପକ ସାହୁର ସାକ୍ଷୀ ଗ୍ରହଣ
21/06/2023 at 1:30 PM

ଭଦ୍ରକ ୨୧।୬: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ଶର୍ମିଷ୍ଠାର ସହଯୋଗୀ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗ୍ରାମର ଦୀପକ ସାହୁର ସାକ୍ଷୀ ଗ୍ରହଣ ହେଉଛି । ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଶୁଣାଣି ଚାଲିଛି । ଶର୍ମିଷ୍ଠା ଓ ସମସ୍ତ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ଥିବା ସୂଚନା ।
ଉଲ୍ଲେଖଯୋଗ୍ୟ ଯେ, ଦୀପକ ସାହୁ ଜଣେ କଳାକାର ଓ ଶର୍ମିଷ୍ଠାଙ୍କ ଫିଲ୍ମରେ ଅଭିନୟ କରନ୍ତି । ମାନସ ସ୍ୱାଇଁ ସହ ସେ ପଳାସପୁର ବାହାଘର ସୁଟିଂକୁ ଆସି ଫେରୁଥିବା ବେଳେ ଶର୍ମିଷ୍ଠା ଓ ରାଜ ତାକୁ ଏକ କାରରେ ଅପହରଣ କରି ଆଣିଥିଲେ ବୋଲି ବୟାନରେ କହିଥିବା ସୂଚନା ମିଳିଛି ।
You Can Read :
Related Posts
ହାଇଓ୍ୱାକୁ ପଛ ପଟୁ ପିଟିଲା କାର୍, ୬ ଗୁରୁତର
1 December 2023
ଅଧା ରହିଗଲା ତାରିଣୀ ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୭ ଜୀବନ
1 December 2023