ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାଜ୍ୟସଭା ସଦସ୍ୟଙ୍କୁ ନିଲମ୍ବନ ପ୍ରସଙ୍ଗ : ସରକାର ୪ ଦଳଙ୍କୁ ପଠାଇଲେ ନିମନ୍ତ୍ରଣ, ପ୍ରତାଖ୍ୟାନ କଲେ ବିରୋଧି

20/12/2021 at 10:13 AM

ନୂଆଦିଲ୍ଲୀ ୨୦/୧୨:  ସରକାରଙ୍କ ଦ୍ୱାରା ପଠାଯାଇଥିବା ନିମନ୍ତ୍ରଣ ପତ୍ରକୁ ଖାରଜ କରିଦେଲେ ବିରୋଧି । ରାଜ୍ୟସଭାରେ ୧୨ ସଦସ୍ୟଙ୍କ ନିଳମ୍ବନ ପ୍ରସଙ୍ଗର ସମାଧାନ ପାଇଁ ସରକାର ପଠାଇଥିବା ପତ୍ରକୁ ବିରୋଧି ଖାରଜ କରିଦେଇଛନ୍ତି । ରାଜ୍ୟସଭା ନେତା ପିୟୁଷ ଗୋଏଲ ସାଂସଦଙ୍କ ନିଳମ୍ବନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିରେଧିଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ବିରୋଧି ବିଭିନ୍ନ ପ୍ରସଙ୍ଗରେ ସୋମବାର ଏକ ବୈଠକ କରିବେ ବୋଲି ଜଣାପଡିଛି ।

ରାଜ୍ୟସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ସରକାର କେବଳ ୪ଟି ବିରୋଧି ଦଳକୁ ନିମନ୍ତ୍ରଣ କରିଥିଲେ । ଯାହା ଦୁର୍ଭାଗ୍ୟପୂର୍ଣ୍ଣ । ସରକାର ସଂସଦ ଚାଲିବାକୁ ଦେଉ ନାହାଁନ୍ତି । ୧୨ ରାଜ୍ୟସଭା ସଦସ୍ୟଙ୍କୁ ମନଇଚ୍ଛା ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି ଟିଏମସି ସାଂସଦ ଡାରେକ୍ ଓ ବ୍ରାଏନ୍ ।  

ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ କଂଗ୍ରେସ ଓ ଟିଏମସି ସମେତ ଅନେକ ବିରୋଧି ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

   Related Posts