ପାକ୍ କ୍ରିକେଟ ଟିମର ଅଧିନାୟକ ପଦରୁ ହଟିଲେ ସରଫରାଜ ଅହମ୍ମଦ, ଜାଣନ୍ତୁ କିଏ ସବୁ ହେଲେ ନୂଆ ଅଧିନାୟକ

Published By : Prameya-News7 Bureau | October 18, 2019 IST

ଇସ୍ଲାମାବାଦ :  ପାକ୍ କ୍ରିକେଟ ଟିମ ଅଧିନାୟକ ପଦରୁ ସରଫରାଜ ଅହମ୍ମଦଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ  କ୍ରିକେଟର ୩ ଫର୍ମାଟ ୱାନଡେ, ଟେଷ୍ଟ ଓ ଟି-୨୦ ଟିମର ଅଧିନାୟକତ୍ୱ ହରାଇବାକୁ ପଡିଛି। ଏଥିଲାଗି ପୃଥକପୃଥକ ୩ ଜଣ କ୍ରିକେଟରଙ୍କୁ ଚୟନ କରାଯାଇଥିବା ବେଳେ ଅଜହର ଅଲ୍ଲୀ  ଟେଷ୍ଟ ଟିମର କ୍ୟାପ୍ଟେନ ମନୋନୀତ ହୋଇଛନ୍ତି।

{"id":171441}

ସେହିପରି ଟି-୨୦ ଟିମ୍ ଅଧିନାୟକ ଭାବେ ବାବର ଆଜମ ମନୋନୀତ ହୋଇଥିବା ବେଳେ ୱାନଡେ ଟିମ ଲାଗି ମହମ୍ମଦ ହାଫିଜଙ୍କୁ ପୁଣି ଟିମକୁ ଫେରସ୍ତ ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।  ଅଷ୍ଟ୍ରେଲିଆ ଟୁର ଲାଗି ପାକ୍ ଟିମରେ ଏଭଳି ପରିବର୍ତ୍ତନ କରାଯାଇଥିବା ମିସବାହ ଉଲହକ୍ କହିଛନ୍ତି। ଗତ କ୍ରିକେଟ ୱାର୍ଲଡ କପରେ ପାକ୍ ଟିମର ଅପମାନଜନକ ପ୍ରତ୍ୟାବର୍ତ୍ତନ ଓ ନିକଟରେ ଶ୍ରୀଲଙ୍କ ଟିମର ପାକ୍ ଟୁରରେ ସରଫରାଜଙ୍କ ବିଫଳତା ଏଭଳି ପରିସ୍ଥିତି ସୃଷ୍ଟି କରିଛି।

{"id":171442}

ଶ୍ରୀଲଙ୍କା ଯୁବ ଟିମ ଟି-୨୦ ସିରିଜରେ ପାକ୍ କୁ ନିଜ ମାଟିରେ ୩-୦ରେ ପରାସ୍ତ କରିଥିଲା। ଏହା ପରଠାରୁ ସରଫରାଜଙ୍କ ଉପରେ ଅଧିନାୟକତ୍ୱ ଛାଡିବା ଲାଗି ବରାବର ଚାପ ପଡିଆସୁଥିବା ବେଳେ ଏବେ ତାଙ୍କଠାରୁ କ୍ୟାପ୍ଟେନସିପ୍ ଛଡାଇ ନିଆଯାଇଛି। ତେବେ ସରଫରାଜଙ୍କ ଅଧିନାୟକତ୍ୱରେ ପାକ୍ ଟି-୨୦ ଟିମ୍ ରାଙ୍କିଙ୍ଗକୁ ଆସିଥିଲା। କେବଳ ସେତିକି ନୁହେଁ ଗତ ୨୦୧୭ ଚାମ୍ପିୟନସ ଟ୍ରଫି ଫାଇନାଲରେ ଟିମ ଇଣ୍ଡିଆକୁ ହରାଇ ସରଫରାଜ ରାତାରାତ ଷ୍ଟାର ବନିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.