ଡେବ୍ୟୁ ଟେଷ୍ଟ କ୍ୟାପ୍‌ ରେ ରେକର୍ଡ ଡେବ୍ୟୁ; ଯିଏ ପିନ୍ଧେଇଲେ ତାଙ୍କୁ ଟପିଗଲେ, ଲିଜେଣ୍ଡଙ୍କ ରେକର୍ଡ ଭାଙ୍ଗିଲେ ନ୍ୟୁକମର

Published By : Prameya-News7 Bureau | February 17, 2024 IST

ନୂଆଦିଲ୍ଲୀ ୧୭।୦୨: ଭାରତୀୟ କ୍ରିକେଟରେ ଆଉ ଜଣେ ନୂଆ ଷ୍ଟାର । ଡେବ୍ୟୁ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ । ତେବେ ବଡ କଥାଟି ହେଲା ଅନେକ ଖୁସିରେ ନିଆରା ରେକର୍ଡ । ଖାସ୍‌ ସେଇଥିଲାଗି ଚର୍ଚ୍ଚାରେ ଟେଷ୍ଟ ଡେବ୍ୟୁଟାଣ୍ଟ ସରଫରାଜ ଖାନ । ରାଜକୋଟ ଟେଷ୍ଟର ପ୍ରଥମ ଇନିଂସରେ ନୂଆ କିର୍ତ୍ତିମାନ । ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ରେ କିରିଛନ୍ତି ବିସ୍ଫୋରକ ଡେବ୍ୟୁ । ଖେଳିଛନ୍ତି ଏକ ସୁନ୍ଦର ଅର୍ଦ୍ଧ ଶତକୀୟ ଇନିଂସ ।ତେବେ ଚର୍ଚ୍ଚାର କଥାଟି ହେଲା ସର୍ଫରାଜଙ୍କୁ ଯେଉଁ ମହାନ କ୍ରିକେଟର ଟେଷ୍ଟ କ୍ୟାପ୍ ପିନ୍ଧାଇଲେ , ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ସର୍ଫରାଜ ।

{"id":910157,"sizeSlug":"full","linkDestination":"none"}

ମୁମ୍ବାଇ ରଣଜୀ ଟିମ୍‌ ତାରକା ଟେଷ୍ଟ କ୍ରିକେଟରେ ଏକ ସମ୍ଭାବନାମୟ ପାଳି ସୂଚନା ବି ଦେଇଛନ୍ତି ।କାରଣ ସେ କିମ୍ବଦନ୍ତୀ କ୍ରିକେଟର ଅନିଲ କୁମ୍ବଲେଙ୍କ ରେକର୍ଡ ସହ କିଛି ସମାନ ଓ କିଛି ଅଧିକା କଥା ଲେଖିଛନ୍ତି।  ଭାରତର ଅଦ୍ୱିତୀୟ ସ୍ପିନର ତଥା ଜେଣ୍ଟଲ କ୍ରିକେଟର ଅନୀଲ କୁମ୍ବଲେ । ସେ ରାଜକୋଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭରେ ସର୍ଫରାଜଙ୍କୁ ପିନ୍ଧାଇଛନ୍ତି ଟେଷ୍ଟ ଡେବ୍ୟୁ କ୍ୟାପ୍‌ । ଏହା ସର୍ଫରାଜଙ୍କ ଲାଗି ସ୍ମରଣୀୟ ।ତେବେ ଜବରଦସ୍ତ ପ୍ରଦର୍ଶନ କରି ସର୍ଫରାଜ ଏହାକୁ ଅଧିକ ମଜବୁତ କରିଛନ୍ତି ।

{"id":910158,"width":840,"height":1120,"sizeSlug":"large","linkDestination":"none"}

କୁମ୍ବଲେ- ସର୍ଫରାଜ । ଜଣେ ଲିଜେଣ୍ଡ ସ୍ପିନର , ଆଉ ଜଣେ ଆଇପିଏଲ୍‌ର ସବୁଠୁ ୟଙ୍ଗେଷ୍ଟ ତଥା ଅନକ୍ୟାପ୍ଡ ପ୍ଲେୟାର ରେକର୍ଡ ହୋଲଡର । ଏହା ସହ ସରଫରାଜ ଖାନ୍ ଏବଂ ଅନିଲ କୁମ୍ବଲେଙ୍କ ମଧ୍ୟରେ ରହିଛି ଖାସ୍‌ କନେକ୍ସନ୍‌ । ଅନିଲ କୁମ୍ବଲେ ୯ ଅଗଷ୍ଟ ୧୯୯୦ରେ ମଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ରେ କରିଥିଲେ ଡେବ୍ୟୁ । ସରଫରାଜ ବି ଇଂଲଣ୍ଡ ବିପକ୍ଷରେ କରିଚନ୍ତି ଟେଷ୍ଟ ଡେବ୍ୟୁ । କୁମ୍ବଲେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ହୋଇଥିଲେ ରନ୍‌ ଆଉଟ୍ ।ଠିକ୍‌ ସେପରି ଭାବେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସର୍ଫରାଜ  ବି ରନ୍‌ ଆଉଟ୍‌ ।

{"id":910159,"sizeSlug":"full","linkDestination":"none"}

କିନ୍ତୁ ଆଉ ଏକ ଦିଗରେ କିନ୍ତୁ କୁମ୍ବଲେଙ୍କୁ ଟପିଛନ୍ତି ସର୍ଫରାଜ । ଅନୀଲ କୁମ୍ବଲେ ତାଙ୍କର ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୨ ରନ୍ କରିବାରେ ହୋଇଥିଲେ ସକ୍ଷମ ।  କିନ୍ତୁ ସରଫରାଜଙ୍କ ପ୍ରଥମ ଇନିଂସ କରିଚନ୍ତି ୬୨ ରନ୍‌ । ୯ ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ ୬୬ ବଲରେ ୬୨ ରନ୍ କରି ସର୍ଫରାଜ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍‌ଆଉଟ୍‌ ହୋଇଚନ୍ତି । ଶ୍ରେୟସ୍‌ ଆୟର୍‌ଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହୋଇଛନ୍ତି  ଦିଲ୍ଲୀ ଆଇପିଏଲ୍‌ ଟିମ୍‌ର ଯୁବ ବ୍ୟାଟର ସର୍ଫରାଜ ଖାନ୍‌ । ତେବେ ଏହା ବି ଏକ ସୁଯୋଗ ଓ ଭାଗ୍ୟ କହିଲେ ଭୁଲ ହେବନି । ଆୟରଙ୍କ ସ୍ଥାନରେ କେଏଲ୍‌ ରାହୁଲଙ୍କୁ ଟିମ୍‌ରେ ସାମିଲ କରାଯାଇଥିଲା , କିନ୍ତୁ ସେ ପୁରା ଫିଟ୍‌ ନଥିବାରୁ ୩ୟ ଟେଷ୍ଟ ମ୍ୟାଚରୁ ହୋଇଥିଲେ ବାହାର । ଆଉ ତାଙ୍କ ସ୍ଥାନରେ ଟିମ୍‌ରେ ସାମିଲ୍‌ ହୋଇଥିଲେ ୨୫ ବର୍ଷିୟ ସରଫରାଜ୍ ।

{"id":910161,"sizeSlug":"full","linkDestination":"none"}

ସରଫରାଜ୍ ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟ ଖେଳୁଥିବା ୩୧୧ ତମ ଖେଳାଳୀ ହୋଇଛନ୍ତି । ଏହି ମ୍ୟାଚ୍‌ରେ ଆଉ ଏକ ଭାବପ୍ରବଣ ଦୃଶ୍ୟଥିଲା ସର୍‌ଫରାଜଙ୍କ ଟେଷ୍ଟ କ୍ୟାପ୍‌ ପିନ୍ଧିବାର ମୂହୁର୍ତ୍ତ । ପୁଅର ସେହି ସୌଭାଗ୍ୟରେ ଆତ୍ମହରା ହୋଇପଡିଥିଲେ ସର୍ଫରାଜଙ୍କ ବପା ନୌସର ଖାନ୍‌ । ସେ ବି ତାଙ୍କ ପୁଅର କୋଚ୍‌ । ତା ସହ ପଡିଆ ନିକଟରେ ଥିବା ସର୍ଫରାଜଙ୍କ ପତ୍ନୀ ରୋମାନା ବି ଖୁସିରେ କାନ୍ଦି ପକାଇଥିଲେ । ସରଫରାଜଙ୍କୁ ଅନୀଲ କୁମ୍ବଲେଙ୍କ ଆଡଭାଇସ୍‌ ଓ ବେଷ୍ଟ ୱିସେସ୍‌ ସହ ନୌସରଙ୍କ ସହ ରୋହିତ ଶର୍ମାଙ୍କ ସମ୍ଭାଷଣ ବି ହୋଇଥିଲା ରାଜକୋଟ ଗ୍ରାଉଣ୍ଡର ସୁନ୍ଦର ଦୃଶ୍ୟ ।

You Can Read:

wp:embed {"url":"https://www.prameyanews7.com/ravindra-jadeja-apologizes-to-sarfaraz-khan-for-run-out-in-rajkot-test/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ravindra-jadeja-apologizes-to-sarfaraz-khan-for-run-out-in-rajkot-test/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.