ନୂଆଦିଲ୍ଲୀ ୨୫।୦୯: ଭାରତୀୟ କ୍ରିକେଟ କଣ୍ଡ୍ରୋଲ । ଅଚାନକ ନେଲା ବଡ ନିଷ୍ପତ୍ତି। ବାଲାଂଦେଶ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍ରେ ଖେଳିବେନି ଟିମ୍ ଇଣ୍ଡିଆର ୩ ପ୍ଲେୟର । ବାସ୍ତବରେ ମଙ୍ଗଳବାର ଘୋଷଣା ହୋଇଛି ଇରାନ କପ୍ ୨୦୨୪ ସ୍କାର୍ଡ । ଏହି ଘୋଷଣା ମୁମ୍ବାଇ ଏବଂ ରେଷ୍ଟ ଅଫ ଇଣ୍ଡିଆ ପାଇଁ କରାଯାଇଛି ।
ସ୍କ୍ବାର୍ଡରେ ଏପରି ୩ ପ୍ଲେୟର ସାମିଲ ଅଛନ୍ତି, ଯିଏକି ବାଂଲାଦେଶ ବିପକ୍ଷରେ ଟେଷ୍ଟରେ ସାମିଲ ଅଛନ୍ତି । କିନ୍ତୁ ବାଂଲାଦେଶ ପାଇଁ ରହି ମଧ୍ୟ ତାଙ୍କ ନାଁ ଇରାନ କପ୍ ପାଇଁ ଚୟନ ହୋଇଛି । ଯେଉଁ କାରଣରୁ ଏହି ୩ ପ୍ଲେୟର ବାଂଲାଦେଶ ବିପକ୍ଷରୁ ପଡିବେ ବାଦ୍ । ଆଉ ଏହାର ଫାଇଦା ଉଠାଇବା ବାଂଲାଦେଶ । ଆଉ ୨ୟ ଟେଷ୍ଟ ମ୍ୟାଚ୍ ଜିତିବା ନେଇ ଚଳାଇବ ଚାଲ୍ ।
୨୭ ସେପ୍ଟେମ୍ବରରୁ କାନପୁରରେ ଖେଳାଯିବ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅଧିକାଂଶ ଖେଳାଳି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ କାନପୁରରେ ପହଞ୍ଚିଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ନିଆଯାଉଛି ବିଶେଷ ପଦକ୍ଷେପ । ପ୍ରଥମ ମ୍ୟାଚର ପ୍ରଦର୍ଶନ ପରେ ଦ୍ୱିତୀୟ ଟେଷ୍ଟର ପ୍ଲେଇଙ୍ଗ୍ ଇଲେଭେନରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ।
କିନ୍ତୁ ଏତେ ପରେ ବି ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରୁ ବିସିସିଆଇ ଆଉଟ୍ କରିଛି ୩ ପ୍ଲେୟରଙ୍କୁ । ଏମାନେ ହେଉଛନ୍ତି ସରଫରାଜ ଖାନ, ଧ୍ରୁବ ଜୁରେଲ ଏବଂ ୟଶ ଦୟାଲ । ଏହି ୩ ପ୍ଲେୟରଙ୍କୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ୧୫ ଜଣିଆ ଟିମ୍ରେ ସାମିଲ କରାଯାଇଥିଲା ।
କିନ୍ତୁ ଏମାନେ ପ୍ଲେଇଙ୍ଗ୍ ଇଲେଭେନରେ ଖେଳିବାରେ ପାଇଲେନି ସୁଯୋଗ । ବର୍ତ୍ତମାନ ଇରାନ କପ୍ ପାଇଁ ସରଫରାଜ, ଧ୍ରୁଭ ଏବଂ ୟଶ ଦ୍ୱିତୀୟ ଟେଷ୍ଟରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଗୋଟିଏ ପଟେ ସରଫରାଜ ଖାନ ମୁମ୍ବାଇ ଟିମ୍ ପାଇଁ ଖେଳିବେ । ଅନ୍ୟପଟେ ଧ୍ରୁବ ଜୁରେଲ ଏବଂ ୟଶ ଦୟାଲ 'ରେଷ୍ଟ ଇଣ୍ଡିଆ' ଟିମରେ ସ୍ଥାନ ମିଳିଛି ।
ତେବେ ଶ୍ରେୟସ୍ ଆୟର, ଇଶାନ୍ କିଶାନଙ୍କ ଏବଂ ଶାର୍ଦ୍ଦୁଲ ଠାକୁର ପରି ପ୍ଲେୟର ଭାରତୀୟ ଟେଷ୍ଟ ଟିମ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛନ୍ତି । ଏହି ସମସ୍ତ ଖେଳାଳି ଇରାନ କପ୍ରେ ଭଲ ପ୍ରଦର୍ଶନ କରିବା ପରେ ହିଁ ପରବର୍ତ୍ତୀ ସିରିଜ୍ରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଦାବି କରିପାରିବେ ।