ଲଣ୍ଡନ ଫ୍ୟାଶନ୍ ଓ୍ବିକରେ ଶାଢ଼ୀ ମ୍ୟାଜିକ୍ : ୧୭ଟି ସୁନ୍ଦର ଶାଢ଼ୀରେ ମଡେଲଙ୍କ କ୍ୟାଟଓ୍ବାକ୍

Published By : Prameya-News7 Bureau | February 19, 2020 IST

ଲଣ୍ଡନ ୧୯/୨: ଲଣ୍ଡନ ଫ୍ୟାଶନ୍ ଓ୍ବିକରେ ପ୍ରଥମ ଥର ହେଉଥିବା ‘ଇଣ୍ଡିଆ ଡେ’ରେ ଭାରତର ବିଭିନ୍ନ ଅଞ୍ଚଳରୁ ପିନ୍ଧାଯାଉଥିବା ଶାଢ଼ୀର ଜଲଓ୍ବା ଦେଖିବାକୁ ମିଳିଥିଲା। ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଦ୍ବାରା ଆୟୋଜିତ ଏକ କ୍ୟାଟଓ୍ବାକ୍ ପାଇଁ ବଛା ଯାଇଥିବା ୧୭ଟି ଭିନ୍ନ ଧରଣର ଶାଢ଼ୀ ଲୋକଙ୍କୁ ଆକର୍ଷିତ କରିଥିଲା। ଏଗୁଡ଼ିକ ମଧ୍ୟରୁ ଉତ୍ତର ଭାରତର କାଶ୍ମୀରୀ ଏବଂ ଫୁଲକାରୀ ଶାଢ଼ୀ,ପଶ୍ଚିମ ବଙ୍ଗର କାନ୍ଥା ଏବଂ ବାଲୁଚରୀ,ଗୁଜୁରାଟର ଘରଚୋଲା,ମହାରାଷ୍ଟ୍ରର ପଇଥନୀ,ତାମିଲନାଡ଼ୁର କାଞ୍ଜିଭରମ୍ ଏବଂ କେରଳର କସାଭୁ ଶାଢ଼ୀ ଆଦି ସାମିଲ ଥିଲା।

{"id":226404,"sizeSlug":"large"}

ବ୍ରିଟେନରେ ଭାରତୀୟ ହାଇ କମିଶନର କହିଥିଲେ,‘ ସାଂସ୍କୃତିକ ଉତ୍ତରାଧିକାରକୁ ଦେଖାଇବାପାଇଁ ଅନେକ ଲୋକଙ୍କଠୁ ଶାଢ଼ୀ ଉଧାର କରି ଅଣା ଯାଇଥିଲା। ଏଥିରୁ ତାଙ୍କର ଗୋଟିଏ ଶାଢ଼ୀ ଥିଲା।

{"id":226407,"sizeSlug":"large"}

ଏହି ସମାରୋହ ସେହି ଅଦ୍ଭୁତ କାରିଗର ଏବଂ ବୁଣାଳୀଙ୍କ ନାଁରେ କରାଯାଇଥିଲା ଯେଉଁମାନେ ଏହି ଶାଢ଼ୀ ପ୍ରସ୍ତୁତ କରିଥାଆନ୍ତି। ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ବୁଣା ଶୈଳୀ ଥାଏ ଏବଂ ଗୋଟିଏ ଶାଢ଼ୀ ପ୍ରସ୍ତୁତ କରିବା ପାଇଁ ବିଜ୍ଞାନ,କଳା ତଥା ରଚନାତ୍ମକତାର ଯୋଗଦାନ ରହିଛି।

{"id":226411,"sizeSlug":"large"}

କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଈରାନୀ ଏକ ଭିଡିଓ ମାଧ୍ୟମରେ କହିଥିଲେ,‘ଏହି ହଜାର ହଜାର ବୁଣା ଆପଣଙ୍କ ପାଇଁ ଭାରତୀୟ ବସ୍ତ୍ରର ସମୃଦ୍ଧ ବିବିଧତା ନେଇ ଆସିଛି।

{"id":226412,"sizeSlug":"large"}

ବ୍ରିଟେନର ବୈଦେଶିକ ମନ୍ତ୍ରୀ ଲର୍ଡ଼ ତାରିକ୍ ଅହମଦ,ବ୍ରିଟେନରେ ଇସ୍ରାଏଲର ରାଷ୍ଟ୍ରଦୂତ ମାର୍କ ରେଗେବ ଏବଂ ବ୍ରିଟେନରେ ବାଙ୍ଗଲାଦେଶୀ ହାଇ କମିଶନର ସଇଦା ମୁନା ତସନୀମ ଏହି ଖାସ୍ ସମାରୋହରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.