ପରିବେଶ ସୁରକ୍ଷାର ନିଆରା ବାର୍ତ୍ତା ବାଣ୍ଟିଲେ ନବଦମ୍ପତ୍ତି, ରିସେପସନ ପାର୍ଟିରେ ଅତିଥୀଙ୍କୁ ଦେଲେ ଉପହାର

Published By : Prameya-News7 Bureau | June 13, 2022 IST

ଭଦ୍ରକ ୧୩/୦୪: ଜୀବନର କିଛି ସମୟକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ପ୍ରୟାସ କରନ୍ତି । ସେହି କିଛି କ୍ଷଣରେ ନିଜ ଜୀବନ ସହ ଲୋକଙ୍କ ମନରେ ସ୍ଥାନ ରଖିବା ପାଇଁ ସମସ୍ତଙ୍କର ଇଚ୍ଛା । ଆଉ ସେହି ସ୍ମରଣୀୟ ସମୟ ପାଇଁ କିଛି ନୂଆ କରିବା ସହ ସାମାଜିକ ସମାନତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ନବ ଦମ୍ପତ୍ତି ।

ନିଜ ରିସେପସନ ପାର୍ଟି ଅତିଥିଙ୍କୁ ପିନ୍ଧା ଲୁଗା ସହ ଗଛ ଦାନ କରିଛନ୍ତି । ଭଦ୍ରକ ଜିଲ୍ଲାର ଆନନ୍ଦବଜାର ଠାରେ ଆୟୋଜିତ ଏକ ରିସେପସନ ପାର୍ଟିର ଦୃଶ୍ୟ ଏବେ ଚର୍ଚ୍ଚାରେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦବଜାର ଗାଁ ର ଗଣେଶ ଚନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ । ସେ ତାଙ୍କ ପାର୍ଟିରେ ଗାଁର ଲୋକଙ୍କୁ ବସ୍ତ୍ର ପ୍ରଦାନ କରିବା ସହ ଗଛ ଚାରା ବଣ୍ଟନ କରିଛନ୍ତି ।

ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ଲୋକଙ୍କ ମଧ୍ୟ ଧନୀ ଗରିବର ଫରକ ନ ଅନୁଭବ କରିବା ପାଇଁ ନୂଆ ବସ୍ତ୍ର ମଧ୍ୟ ଦେଇଛନ୍ତି । ରିସେପସନ ପାର୍ଟିରେ ଯେମିତି କେହି ଧନୀ କିମ୍ବା ଗରିବ ମନେ ନକରୁ । ଆଉ ଏହି ନୂଆ ବସ୍ତ୍ର ଓ ଗଛ ପାଇବା ପରେ ସାରା ଜୀବନ ଯେମିତି ଆଶୀର୍ବାଦ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.