ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ : ଦେଶବ୍ୟାପୀ ଜାତୀୟ ଏକତା ଦିବସ ପାଳନ

Published By : Prameya-News7 Bureau | October 31, 2019 IST

ନୂଆଦିଲ୍ଲୀ ୩୧।୧୦: ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ଙ୍କ ୧୪୪ ତମ ଜୟନ୍ତୀ । ଏହି ଅବସରରେ ଦେଶବ୍ୟାପୀ ଜାତୀୟ ଏକତା ଦିବସ ଭାବେ ପାଳନ ହେଉଛି । ଏହାକୁ ଦେଶବ୍ୟାପୀ ମହା ଆଡମ୍ବରରେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ସର୍ଦ୍ଦାର ପଟେଲ୍‍ଙ୍କର ଷ୍ଟାଚ୍ୟୁ ଅଫ୍‍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାପରେ ଏକତା ଦିବସ ପରେଡରେ ଯୋଗ ଦେଇଛନ୍ତି । ଏଥିପାଇଁ ଗୁଜୁରାଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୨୦୧୪ ମସିହାରୁ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରନ୍ ଫର୍ ୟୁନିଟିର ଆୟୋଜନ ହୋଇଛି । ଏଥିରେ ସବୁ ବର୍ଗର ଲୋକ ଏକତା ପାଇଁ ଦୌଡ଼ରେ ଅଂଶଗ୍ରହଣ କରୁଛନ୍ତି ।

ଗତ ରବିବାର ଦିନ ତାଙ୍କ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଏକତା ପାଇଁ ଦୌଡ଼ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ପାଇଁ ମୋଦି ଦେଶବାସୀଙ୍କୁ ନିବେଦନ କରିଥିଲେ । ସେ କହିଥିଲେ, ଗୋଟିଏ ଲକ୍ଷ୍ୟ – ‘ଏକ୍‍ ଭାରତ-ଶ୍ରେଷ୍ଠ ଭାରତ’ ପାଇଁ ଏକତା ପାଇଁ ଦୌଡ଼ରେ ଆମେ ସମସ୍ତେ ସାମିଲ୍‍ ହେବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.