ପୁଣି ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ

Published By : Prameya-News7 Bureau | April 24, 2019 IST

ବାଲେଶ୍ବର ୨୪|୪: ଆସନ୍ତା ୨୯ରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳ ଗୁଡିକ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ବରରେ ନିଜ ଦଳର ପ୍ରାର୍ଥୀ ମାନଙ୍କ ପ୍ରଚାର କରିଛନ୍ତି ।

{"id":106723}

ଏହି ଅବସରରେ ବାଲେଶ୍ବର ରେମୁଣାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଛନ୍ତି ନବୀନ । ଏହି ସଭାରେ ମୋଦିଙ୍କୁ ଆକ୍ଷେପ କରିଛନ୍ତି ନବୀନ । ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ୍ ପରେ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବହୁମତ ପାଇସାରିଲାଣି ।

{"id":106724}

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଓଡିଶାରୁ ବିଜେଡି ସରକାର ଗଲାପରେ ସେ ପୁଣି ଓଡିଶା ଆସିବେ ।

ନବୀନ କହିଛନ୍ତି ଯେ, ବାଲେଶ୍ବର ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର ୧୦୦କୋଟି । ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ଏହାକୁ ବିରୋଧ କରୁଥିଲେ । ଆହାର ଯୋଜନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଉଛନ୍ତି । ତାହାକୁ ବନ୍ଦ କରିବା ପାଇଁ ଯୋଜନା କରାଯାଉଥିଲା ।

{"id":106725}

ନବୀନ କହିଛନ୍ତି ସାଢେ ଚାରି କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣଙ୍କ ସହ ରହିଛି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ନବୀନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.