ପାକିସ୍ତାନ ଜେଲ୍‌ରେ ମୃତ୍ୟୁ ହୋଇଥିବା ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌରଙ୍କ ପରଲୋକ

Published By : Prameya-News7 Bureau | June 26, 2022 IST

ଚଣ୍ଡିଗଡ଼: ପାକିସ୍ତାନ ଜେଲ୍‌ରେ ରହି ମୃତ୍ୟୁ ହୋଇଥିବା ଭାରତୀୟ ନାଗରିକ ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌରଙ୍କର ପରଲୋକ ହୋଇଛି। ଦଲବୀର କୌର ତାଙ୍କ ଭାଇ ସରବଜିତକୁ ପାକିସ୍ତାନ ଜେଲ୍‌ରୁ ଉଦ୍ଧାର କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ତାଙ୍କରି ସଂଘର୍ଷର କାହାଣୀକୁ ସରବଜିତ ନାମରେ ଏକ ହିନ୍ଦୀ ଫିଲ୍ମ ହୋଇଥିଲା। ଏହାପରେ ଦଲବୀରଙ୍କ କାହାଣୀ ସାରା ବିଶ୍ୱ ଜାଣିଥିଲା। ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଅମୃତସରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି।

ତରନତାରନ ଭିଖିଭିଣ୍ଡରେ ରହୁଥିବା ଦଲବୀରଙ୍କୁ ଶ୍ୱାସକ୍ରୀୟରେ ସମସ୍ୟା ଯୋଗୁ ତାଙ୍କୁ ଶନିବାର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଦଲବୀରଙ୍କ ପରିଚୟ ଥିଲେ। କାରଣ ସେ ତାଙ୍କ ଭାଇଙ୍କୁ ପାକିସ୍ତାନରୁ ଉଦ୍ଧାର କରିବା ପାଇଁ ଉଚ୍ଚସ୍ତରରେ ଆଇନଗତ ଲଢ଼େଇ ଲଢ଼ିଥିଲେ। ହେଲେ ତାଙ୍କର ସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା।

ଦଲବୀର ଅସ୍ଥମାରେ ପୀଡ଼ିତ ଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ନେଇଥିଲେ। ଦଲବୀରଙ୍କର ବିୟୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ଅକାଳୀ ଦଳ ମୁଖ୍ୟଙ୍କ ସମେତ ବହୁ ନେତାମନ୍ତ୍ରୀ ଶୋକ ବ୍ୟକ୍ତ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.