ଗୁରୁବାର ଚୌଦ୍ବାରରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ, ଜାମିନ ପାଇଁ କୋର୍ଟ କଣ ରଖିଛନ୍ତି ସର୍ତ୍ତ ଜାଣନ୍ତୁ…

Published By : Prameya-News7 Bureau | July 22, 2019 IST

କଟକ୨୨|୭; କେନ୍ଦ୍ରାପଡ଼ା ବାବା ସାରଥିଦେବ ଓରଫ୍ ସନ୍ତୋଷ ରାଉଳଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସାରଥିଙ୍କୁ ସର୍ତ୍ତମୂଳରକ ଜାମିନ ଦେଇଛନ୍ତି କୋର୍ଟ। ଆଶ୍ରମର ଜଣେ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ତାଙ୍କୁ କୋର୍ଟ ଜାମିନ ଦେଇଥିବା  ବେଳେ ଖୁବଶୀଘ୍ର ସେ ଜେଲ୍‌ରୁ ମୁକୁଳିବେ। କିନ୍ତୁ ସେ ବାରିମୁଳ ଆଶ୍ରମକୁ ଯାଇପାରିବେନି ।….

{"id":136378}

ମାନବ୍ୟରଙ୍କୁ ମିଳିଲା ଜାମିନ। ଜେଲରୁ ମୁକୁଳିବେ ଆତ୍ମଘୋଷିତ ଭଗବାନ ସାରଥୀ ଓରଫ ସନ୍ତୋଷ ରାଉଳ।  କେନ୍ଦ୍ରାପଡା ବାରିମୂଳ ଆଶ୍ରମର ଜଣେ ଅନ୍ତେବାସିନୀଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଥିବା ସାରଥୀଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।  ଜାମିନ୍‌ରେ ଯିବାକୁ ହେଲେ ସନ୍ତୋଷ ରାଉଳଙ୍କୁ ୨ ଲକ୍ଷ ଟଙ୍କାର ବେଲବଣ୍ଡ  ଓ ୨ ଜଣ ଜାମିନଦାର ଓ ଆଉ କିଛି ସର୍ତ୍ତ ପୂରଣ କରିବାକୁ ହେବ। ଏହି ସର୍ତ୍ତ ମଧ୍ୟରେ ରହିଛି ୧- ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ୨- କୌଣଷି ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ।୩- ନିମ୍ନ ଅଦାଲତ ଅନ୍ୟାନ୍ୟ ସର୍ତ୍ତ ରଖିପାରିବେ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାରଥୀ ନାଁରେ ଥିବା ୩ ଟି ପୃଥକ୍‌ ପୃଥକ୍‌ ମାମଲା ମଧ୍ୟରୁ ୨ ଟି ମାମଲାରେ ପୂର୍ବରୁ  ଜାମିନ ପାଇ ସାରିଥିବାରୁ ଏବେ ଜେଲ୍‌ରୁ ମୁକୁଳିବେ।

{"id":136376}

ମହିଳାଙ୍କୁ ଅସଦାଚରଣ ଓ ଲୋକଙ୍କ ଭାବାବେଗ ସହିତ ଖେଳିବା ଅର୍ଥନୈତିକ ଭଣ୍ଡାମି ଅଭିଯୋଗରେ  କେନ୍ଦ୍ରାପଡ଼ା ବାବାଙ୍କୁ ୨୦୧୫ ଅଗଷ୍ଟ ୮ରେ ପୋଲିସ ଗିରଫ କରିଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ଇଥିମଧ୍ୟରେ ବାରିମୂଳ ଆଶ୍ରମର ଜଣେ ଅନ୍ତେବାସୀ ଏବଂ ତାଙ୍କ ଝିଅ ସନ୍ତୋଷ ରାଉଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଆଜି ଏହି ମାମଲାରେ ସାରଥୀଙ୍କୁ ଜାମିନ ମିଳିଥିବା ବେଳେ ନ୍ୟୁଜ ସେଭେନ ସଂପୃକ୍ତ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିଥିଲା ତେବେ ବାରିମୂଳ ତାଙ୍କ ଘରେ ତାଲା ପଡ଼ିଥିଲା।

{"id":136377}

ପୂର୍ବ ମାମଲାଗୁଡ଼ିକର ସର୍ତ୍ତ ଅନୁସାରେ ମାନ୍ୟବର ଜେଲ୍‌ରୁ ମୁକୁଳିବା ପରେ ଆଉ ନିଜକୁ ଭଗବାନ କହି ମେଳି କରିପାରିବେ ନାହିଁ । ଆଶ୍ରମ ସିଲ୍‌ ହୋଇଛି ଆଶ୍ରମକୁ ଯାଇପାରିବେନି। ଇତିମଧ୍ୟରେ ବାରିମୂଳରୁ ସିମୁଳିଆ ଭକ୍ତମାନେ କିନ୍ତୁ  ସାରଥିଙ୍କ ଜେଲ୍‌ ଲୀଳା ଶେଷ ହେଉଥିବାର ପ୍ରାକ ଆଭାସ ପାଇଥିଲେ। ତେଣୁ ସେମାନେ ପୂର୍ବରୁ ବିଭିନ୍ନ ସ୍ଥାନରେ ମେଳି କରି ଆଳତୀରେ ମାତି ଥିବା ବେଳେ ସେମାନେ ଜାମିନ ଖବର ଶୁଣି ଉଲ୍ଲସି ଉଠିଛନ୍ତି। ସେପଟେ ସାରଥୀଙ୍କୁ ଜଣେ ଭଣ୍ଡ ବାବା ଭାବେ ଦେଖୁଥିବା ବ୍ୟକ୍ତିମାନେ ଆଶଙ୍କା ପ୍ରକାଶ କରିଛନ୍ତି ଜେଲ୍‌ରୁ ଫେରିଲେ ସାରଥୀ ପୁଣି ପାଦରୁ ମହୁ ଝରାଇ ଭଣ୍ଡାଇବେ।

{"id":136379}

ମିଳିଥିବା ସୂଚନା ଅନୁସାରେ ଗୁରୁବାର ଚୌଦ୍ବାରରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ। ତେବେ ସେ ତାଙ୍କ ସେହି ରୂପ ସେ ଦେଖାଇବେ ନା ଅଲଗା ଅବତାରରେ ଆବିର୍ଭୁତ ହେବେ ତାହା ଦେଖିବାକୁ ହେବ।  

{"id":136380}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.