ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ତୁଟୁନି ଅନ୍ଧ ଭକ୍ତଙ୍କ ସାରଥି ମୋହ; ପୁଣି ଆତ୍ମଘୋଷିତ ବାବାଙ୍କ ଫଟୋ ରଖି ପୂଜା ସଂକୀର୍ତ୍ତନ

27/01/2023 at 4:25 PM

ପାଟଣା ୨୭/୦୧:  ଅନ୍ଧ ଭକ୍ତଙ୍କ ପ୍ରେମ ଭାଙ୍ଗୁନି। ମିଛ ସତକୁ ତଉଲୁ ନାହାନ୍ତି କିଛି ନିର୍ଦ୍ଦିଷ୍ଟ ଲୋକେ । ବିବାଦୀୟ ଆତ୍ମଘୋଷିତ ବାବାଙ୍କୁ ପୁଣି ବିଶ୍ବାସ କରୁଛନ୍ତି। କେବଳ ବିଶ୍ବାସ ନୁହେଁ ପୂଜା ସଂକୀର୍ତ୍ତନ କରୁଛନ୍ତି । ଆଇନ ଅଦାଲତ କିମ୍ବା ସତ୍ୟାସତ୍ୟକୁ ମାନିବାକୁ ଏମାନେ ନାରାଜ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ କିଛି ସାରଥି ଅନୁଗତଙ୍କ କାରନାମାରୁ ପୁଣି ଥରେ ଲୋକଙ୍କ ଅନ୍ଧ ବିଶ୍ବାସ ପ୍ରମାଣିତ ହୋଇଛି ।

ଘଟଣା ଦିନକ ତଳର । ଘଟଣାସ୍ଥଳ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତରେ ତେନ୍ତେଳା ଗାଁ । ପୁଣି ମିଛକୁ ଗ୍ରହଣ କଲେନି ଲୋକେ । ଆୟୋଜନ କଲେ ଆତ୍ମଘୋଷିତ ବାବା ସାରଥିଙ୍କ ପୂଜା, ପୁଣି ସତସଙ୍ଗ । କଲେ ଭଜନ କୀର୍ତ୍ତନ। ସାରଥି ଓରଫ ସନ୍ତୋଷ ରାଉଳ ଫୋଟ ରଖି ଲୋକେ ପୂଜାର୍ଚ୍ଚନା କଲେ । ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ବିରାଟ ସମାଗମ । ନାଚ, ଗୀତ, ଭଜନ, ଓ କୀର୍ତ୍ତନରେ ଆତ୍ମଘୋଷିତ ବାବାଙ୍କ ନାମକୁ ଜପିଲେ ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମରେ ଧର୍ମ ନାଁରେ ଅପପ୍ରଚାର। ମହିଳାଙ୍କ ସହିତ ଅସଦାଚରଣ ଆଦି ଏକାଧିକ ମାମଲାରେ ଛନ୍ଦି ହୋଇ ଜେଲରେ କିଛି ବର୍ଷ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ । ଭକ୍ତଙ୍କ ସମାବେଶ କିମ୍ବା ପ୍ରବଚନ କାର୍ଯ୍ୟକ୍ରମ କରିବାକୁ ତାଙ୍କ ଉପରେ ବାରଣ ରହିଛି । ସାରଥି ଏବେ କେଉଁଠି ତାହା ସ୍ପଷ୍ଟ ନଥିଲେ ମଧ୍ୟ କିଛି ସ୍ଥାନରେ ସାରଥିଙ୍କ ଅନ୍ଧ ସମର୍ଥକ ପୂଜାର୍ଚ୍ଚନା କରୁଥିବା ଘଟଣା ମଝିରେ ମଝିରେ ସାମ୍ନାକୁ ଆସୁଛି । ଠିକ୍ ସେହିଭଳି ଏହି ଖବର ଆସିଛି କେନ୍ଦୁଝର ପାଟଣା ଅଞ୍ଚଳରୁ ।

କେବେ ଲୋକଙ୍କ ଭ୍ରମ ତୁଟିବ ? ମିଛ ପଛରେ କେତେ ଦିନ ଧାଉଁଥିବେ ଲୋକେ ? ଏହାର ଉତ୍ତର କଷ୍ଟ। କିନ୍ତୁ ଏହା ସତ ଯେ, ସତ ମିଛ ନପରବା ପର୍ଯ୍ୟନ୍ତ ଏଭଳି ଘଟଣା ଘଟୁଥିବ । ଫଳରେ ଜନଜୀବନ ଓ ସମାଜ ପ୍ରଭାବିତ ହେଉଥିବ । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଜରୁରୀ ।

   Related Posts