କଂଗ୍ରେସ ଏକ ଜାତୀୟ ଦଳ, ଏଠି ସବୁ ନିଷ୍ପତ୍ତି ହାଇକମାଣ୍ଡ ନିଅନ୍ତି-ପିସିସି ସଭାପତି

Published By : Prameya-News7 Bureau | August 13, 2022 IST

ଭୁବନେଶ୍ୱର ୧୩।୦୮: ମୁହଁ ଖୋଲିଲେ ପିସିସି ସଭାପତି ଶରତ ପଟ୍ଟାନୟକ । କଟକନଗର କଂଗ୍ରେସ ସଭାପତି ପଦରୁ ଗିରିବାଳା ବେହେରାଙ୍କୁ ହଟାଇବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । କାହାର ପକ୍ଷ ଛେଦନ ହୋଇନାହିଁ କି ଖରାପ କାର୍ଯ୍ୟ ଯୋଗୁ କାହାକୁ ପଦରୁ ହଟାଇଦିଆଯାଇନି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଏହାର ଅନ୍ୟ କିଛି କାରଣ ନାହିଁ । ପୁରୀ ଓ ଝାଡ଼ସୁଗୁଡାରେ ମଧ୍ୟ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି । ଓଡ଼ିଶାରେ ସଂଗଠନ ସଜାଡ଼ିବା କାଯ୍ୟ ଚାଲିଛି ।  କଂଗ୍ରେସ ଗୋଟିଏ ଜାତୀୟ ଦଳ, ଏଠି ସମସ୍ତ ନିଷ୍ପତ୍ତି ଦଳର ହାଇକମାଣ୍ଡ ନିଅନ୍ତି । ଯଦି କିଏ ବିଶୃଙ୍ଖଳା କରେ କିମ୍ବା ଦଳ ଭାଙ୍ଗିବାକୁ ଚେଷ୍ଟା କରିବ । ତେବେ ତାଙ୍କ ଉପରେ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେବେ । ବ୍ୟକ୍ତିଗତ ଭାବରେ ମୋର ମହମ୍ମଦ ମୋକିମଙ୍କ ସହ ଭଲ ସମ୍ପର୍କ । ସିଏ ଏବେବି କଂଗ୍ରେସରେ ଅଛନ୍ତି । ଶୃଙ୍ଖଳିତ ଦଳ ଭାବରେ ସମସ୍ତ କଥା ମୋକିମଙ୍କ ସହ ଆଲୋଚନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.