ସରସ୍ୱତୀ ପୂଜା ଭସାଣୀ କଲେ, ହେଲେ ନାଚରେ ମସଗୁଲ ହୋଇ ଠାକୁରଙ୍କୁ ଛାଡ଼ିଦେଲେ

Published By : Prameya-News7 Bureau | February 23, 2024 IST

ଭଦ୍ରକ23/02:  ଠାକୁର ପୂଜା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ଫେସନ ପାଲଟି ଗଲାଣି। ଠାକୁର ଭସାଣୀ ପାଇଁ ଡିଜେ ସହିତ ନାଚ ଏବଂ ବାଣ ରୋଷଣୀ। ଏଠି ବି ଦେଖିବାକୁ ମିଳିଥିଲା ସେମିତି କିଛି । ସରସ୍ବତୀ ମାଙ୍କୁ ଡିଜେ , ବାଣ ଓ ରୋଷଣୀ ଶୋଭାଯାତ୍ରା ଗାଁ ପରିକ୍ରମା କରାଇଲେ । ଏହି ପୂରା ନାଚରେ ମସଗୁଲ ହୋଇଗଲେ ସାରା ଗାଁର ଯୁବକ।‌ ଶେଷରେ ଆସି ଭୋଜି ଭାତ ର ଆସର ଜମିଲା ହେଲେ ଯାହାଙ୍କ ପାଇଁ ଏତେ କଥା ତାଙ୍କୁ ନଈ କିମ୍ବା ପୋଖରୀରେ ବିସର୍ଜନ କରିବାକୁ ଭୁଲିଗଲେ । ରାତି ଯାଇ ପୁଣି ରାତି ହେଲା ହେଲେ ଅନ୍ଧାର କିଟିମିଟି ରାସ୍ତା କଡରେ ସେମିତି ପଡି ରହିଲେ ଦେବୀଙ୍କ ପ୍ରତିମୂର୍ତ୍ତି।

{"id":912774,"sizeSlug":"full","linkDestination":"none"}

ଏହ ଦୃଶ୍ୟ ହେଉଛି ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ମଝି ଗାଁର। ପ୍ରତିବର୍ଷ ପରି ଚଳିତ ବର୍ଷ ଗାଁର ଯୁବକ ଧୁମ ଧାମରେ ପାଳନ କଲେ ସ୍ୱରସ୍ବତୀ ପୂଜା। ତିନି ଦିନ ଧରି ପୂଜାରେ ଉତ୍ସବ ମୁଖର ଗାଁ ପରିବେଶ। ରୋଷଣୀ ପାଇଁ ସମସ୍ତ ଯୋଜନା ହେଲେ ମାତ୍ର ଭସାଣି ବଦଳରେ ଯୁବ ପିଢ଼ି ଡିଜେ ଲଗାଇ ନାଚି ଭୋଜି ଭାତରେ ମସଗୁଲ ରହିଲେ ହେଲେ ଦେବୀଙ୍କୁ ବିସର୍ଜନ କରିବାକୁ ଭୁଲିଗଲେ। ଦେବୀ ମା’ଙ୍କ ଏହି ଅପମାନ ଗ୍ରହଣୀୟ ନୁହେଁ, ଖୁବ୍ ନିନ୍ଦନୀୟ।

Also Read-ଶନିବାର ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ, ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.