ସରପଞ୍ଚଙ୍କ ଘରେ ବୋମାମାଡ, ପୂର୍ବରୁ କାର୍ଯ୍ୟାଳୟରେ ହୋଇଥିଲା ଭଙ୍ଗାରୁଜା

Published By : Prameya-News7 Bureau | March 20, 2022 IST

ନିଆଳି, ୨୦/୦୩: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ । ବୋମାମାଡ କରି ଫେରାର ହୋଇଗଲେ ଦୁର୍ବୃତ୍ତ।

ସୂଚନାନୁସାରେ, ବ୍ରାହ୍ମଣବାଟି  ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ  ସଞ୍ଜୟ କୁମାର ରାଉତରାୟଙ୍କ  ଘର ସାମ୍ନାରେ ବୋମାମାଡ ହୋଇଛି । ନିର୍ବାଚନକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି । କାରଣ ଫଳାଫଳ ପରେ ଉଭୟ ପକ୍ଷ ମଧ୍ୟରେ ହାର ଜିତକୁ ଛକା ପଞ୍ଚା ଲାଗି ରହିଥିଲା। ଯେଉଁଥିପାଇଁ ବୋମାମଡ ହୋଇଥିବା ସନ୍ଦେହ କରାଯାଉଛି ।

ପୂର୍ବରୁ ମଧ୍ୟ କିଛି ଦୁର୍ବୃତ୍ତ ପଞ୍ଚାୟତ ଅଫିସରେ ଭଙ୍ଗାରୁଜା କରିଥିଲେ । ଏ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲା। ମାତ୍ର ପୋଲିସର ନିସ୍କ୍ରିୟତା ପାଇଁ ପୁଣି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି।  ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ବୋମାମାଡ଼ କାରଣ ପଛର ରହସ୍ୟ କ'ଣ ରହିବ ପୋଲିସର ତଦନ୍ତ ପରେ ସଷ୍ପ ହେବ। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.