ବଟି ମାଗିବାକୁ ଯାଇ ହଟହଟା, ଛେଚା ଖାଇଲେ ସରପଞ୍ଚ
16/08/2023 at 3:40 PM

ସମ୍ୱଲପୁର ୧୬/୦୮: ବଟି ମାଗିବାକୁ ଯାଇ ହଟହଟା ହେବା ସହ ଛେଚା ଖାଇଲେ ସରପଞ୍ଚ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କବରାପାଲି ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ ମାଡ ଖାଉଥିବା ସମୟର ଭିଡିଓ ଭାଇରାଲ ହୋଇଛି ।
ସ୍ଥାନୀୟ ଏକ କେମିକାଲ ଫ୍ୟାକ୍ଟ୍ରିକୁ ଅଗଷ୍ଟ ୧୫ ଅବସରରେ ଚାନ୍ଦା ମାଗିବାକୁ ଯାଇଥିବା ସମୟରେ କିଛି ବ୍ୟକ୍ତି ସରପଞ୍ଚ ଅନ୍ତର୍ଯ୍ୟାମୀଙ୍କୁ ଘେରି ଯାଇଥିଲେ। ଫଳରେ ଘେରିଯିବା ସହ ତାଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଆଜି ଭାଇରାଲ ହୋଇଛି । କିନ୍ତୁ ଆମେ ଆପଣଙ୍କୁ ସେହି ଭିଡିଓ ଦେଖାଇପାରିବୁ ନାହିଁ । ତେବେ ଏହା ପରେ ସରପଞ୍ଚ ସେମାନଙ୍କୁ କ୍ଷମା ମାଗିବା ସହ ଏ ଅଂଚଳକୁ ଆସିବି ନାହଁ ବୋଲି ଭିଡିଓରେ କହୁଛନ୍ତି ।
ହେଲେ ଘଟଣାରେ ସରପଞ୍ଚ ମାଡ ଖାଇଲା ପରେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରି ନାହାନ୍ତି । ତେବେ ଅଭିଯୋଗ ନକରିବା ପରୋକ୍ଷରେ ଘଟଣାର ସତ୍ୟାସତ୍ୟ ଦିଗକୁ ଇଙ୍ଗିତ କରୁଛି । ଅନ୍ୟପଟେ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବପର ହୋଇନି।