ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ, ଆଦର୍ଶ ପଞ୍ଚାୟତ ଭାବେ ଗଢିତୋଳିବା ପାଇଁ ଦେଲେ ପ୍ରତିଶୃତି

28/05/2022 at 12:56 PM

ଚଣ୍ଡିଖୋଲ ୨୮।୦୫ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ପଞ୍ଚାୟତର ସରପଞ୍ଚ ନିର୍ବାଚନରେ ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ନବଦୀପ ନାୟକ ନିର୍ବାଚିତ ହୋଇଛନ୍ତି ।

ଖବର ଅନୁଯାୟୀ, ଶନିବାର ଦିନ ବଡ଼ଚଣା ବ୍ଲକ ପରିସରରେ ୧୩ଟି ଓ୍ୱାର୍ଡ ବିଶିଷ୍ଟ ଧାନମଣ୍ଡଳ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହୋଇଥିଲା । ସରପଞ୍ଚ ପ୍ରାର୍ଥୀ ନବଦୀପ ନାୟକ ମୋଟ ୨୦୮୦ ଖଣ୍ଡ ଭୋଟ ପାଇଛନ୍ତି । ସେ ତାଙ୍କ ନିକଟତମ ପ୍ରାର୍ଥୀଙ୍କ ଠାରୁ ୧୬୦୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏନେଇ କର୍ମୀମାନେ ବିଜୟ ଉତ୍ସବ ପାଳିଛନ୍ତି ।

ତେବେ ବିଜୟୀ ପରେ ଆଗାମୀ ଦିନରେ ଧାନମଣ୍ଡଳ ପଞ୍ଚାୟଚରେ ସରକାରଙ୍କ ବିକାଶମୁଖୀ ଯୋଜନାକୁ କାର୍ଯ୍ୟକାରୀ କରିବେ । ଏହାସହିତ ଧାନମଣ୍ଡଳକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ବିଜୟୀ ସରପଞ୍ଚ ନବଦୀପ ନାୟକ ।

   Related Posts