କାର୍ଯ୍ୟରେ ଲାଗୁନି SHG ଋଣ: ‘ପଚାରିଲେ ନାଲି ଆଖି ଦେଖାଉଛନ୍ତି ବିପିସି’
27/09/2023 at 6:51 PM

ଭଦ୍ରକ, ୨୭/୯: ଯେଉଁ ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ମିଳୁଛି, ଠିକ କାର୍ଯ୍ୟରେ ଲାଗୁ ନାହିଁ। ସରକାରଙ୍କ ଲକ୍ଷ୍ୟ ପୂରଣ ହେଉନଥିବା ଅଭିଯୋଗ ଆଣିଲେ ସରପଞ୍ଚ । ଭଦ୍ରକ ଜିଲ୍ଲା ଅଣ୍ଢେଇପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଗୌରୀ ମଲ୍ଲିକ ଏନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଅଣ୍ଢେଇପଲ୍ଲୀ ପଞ୍ଚାୟତ ଅଧୀନ ରେ ଥିବା କେତେକ ମହିଳା ଗୋଷ୍ଠୀମାନେ ବିଭିନ୍ନ ଚାଷ ପାଇଁ ଋଣ ନେଉଛନ୍ତି କିନ୍ତୁ କୌଣସି ପ୍ରକାର ଚାଷ କରୁନାହାନ୍ତି। ବିପିସି ସୁବ୍ରତ ନାୟକ ସଠିକ ଭାବେ ତଦନ୍ତ ନ କରି ଋଣ କରୁଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏନେଇ ଅଣ୍ଢେଇପଲ୍ଲୀ ସରପଞ୍ଚ କହଛନ୍ତି ଯେ ବିଭିନ୍ନ ଚାଷ ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଆସୁଛି, ଏ ବିଷୟରେ ଗ୍ରୁପ୍ ସେକ୍ରେଟାରୀ କୌଣସି ସୂଚନା ଦେଉନାହାନ୍ତି। ବରଂ ବିପିସିଙ୍କୁ କହିଲେ ନାଲିଆଖି ଦେଖାଉଛନ୍ତି।