ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ

Published By : Prameya-News7 Bureau | September 28, 2022 IST

ଜଗତସିଂହପୁର ୨୮/୦୯: ଆଜି ନବରାତ୍ର ପୂଜାର ତୃତୀୟ ଦିନ। ଏଥିପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠ। ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମାଆଙ୍କ ପୀଠରେ ଅନୁଷ୍ଠିତ ହେବ। ଏହି ଅବସରରେ ମାଆ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ମାଆଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି କରାଯାଉଛି । ମାଆଙ୍କ ଦର୍ଶନ ଝଙ୍କଡ଼ ଶାରଳା ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.