scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାରାଷ୍ଟ୍ର ରାଜନୀତି ସରଗରମ, କିନ୍ତୁ ଶରଦ ପାଓ୍ୱାର ଚୁପ୍ : ଭୂମିକାକୁ ନେଇ ସନ୍ଦେହ

25/06/2022 at 11:14 AM

ନୂଆଦିଲ୍ଲୀ ୨୫/୦୬: ମହାରାଷ୍ଟ୍ରରେ ଯେଉଁଭଳି ଭାବେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ସେଥିରେ ପୁଲିସ ଓ ଗୁଇନ୍ଦା ବିଭାଗର ବିଫଳତାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଏନ୍‌ସିପି ବିଧାୟକ ଦିଲ୍ଲୀପ ପାଟିଲ ୱଲସେ ରାଜ୍ୟର ଗୃହମନ୍ତ୍ରୀ ଥିବାବେଳେ ତାଙ୍କ ଅଧୀନରେ ଗୁଇନ୍ଦା ବିଭାଗ ରହିଛି । ଏଭଳିକ୍ଷେତ୍ରରେ ଗୁଇନ୍ଦା ବିଭାଗର ବିଫଳତାକୁ ନେଇ ୱଲସେଙ୍କ ସହ ଏନ୍‌ସିପି ସୁପ୍ରିିମୋ ଶରଦ ପାୱାରଙ୍କ ଭୂମିକା ମଧ୍ୟ ପ୍ରଶ୍ନ ଘେରକୁ ଆସିଯାଇଛି । ବିଭିନ୍ନ କାରଣ ନେଇ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି ।

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ କିପରି ଏକସଙ୍ଗରେ ୩୬ ଜଣ ବିଧାୟକଙ୍କୁ ନିଜ ସହ ନେଇ ମୁମ୍ବାଇରୁ ସୁରଟ ଗଲେ ଏବଂ ଏ ସୂଚନା କାହାରିକୁ ମିଳିଲାନାହିଁ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି । ଏପରିକି ବିଦ୍ରୋହର ଦିନକ ପରେ ବି କିଛି ବିଧାୟକ ଗୌହାଟୀ ପହଞ୍ଚିଥିଲେ, ସେମାନଙ୍କୁ ବି ରୋକିବାକୁ ଉଦ୍ୟମ ହେଲାନାହିଁ । ଯଦି ସମୟ ଥାଉଥାଉ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏ ସଂପର୍କରେ ସୂଚନା ପାଇପାରିଥାନ୍ତେ ତା’ ହେଲେ ସେ ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭଳି ନିଜର କ୍ଷମତାକୁ ରକ୍ଷା କରିବାକୁ ପ୍ରୟାସ କରିଥାନ୍ତେ ।

ସେହିପରି ରାଜନୈତିକ ସଙ୍କଟ ମଧ୍ୟରେ ଶରଦ ପାୱାର ବୁଧବାର ଠାକ୍‌ରେଙ୍କୁ ଭେଟିଥିଲେ । ଏହାପରେ ସେ ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବୟାନ ଦେଇଦେଲେ । ପ୍ରଶ୍ନ ହେଲା, ପାୱାର କ’ଣ ପାଇଁ ଏକଥା କହିଲେ? ତାଙ୍କୁ କ’ଣ ପୂରା ଯୋଜନା ବାବଦରେ ପୂର୍ବରୁ ଜଣା ଥିଲା? ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ଏନ୍‌ସିପିର ଦୁଇଜଣ ମନ୍ତ୍ରୀ ନୱାବ ମଲିକ ଓ ଅନୀଲ ଦେଶମୁଖ ଜେଲ୍‌ରେ ଅଛନ୍ତି । ତେଣୁ ନିଜର ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଏନ୍‌ସିପି ବିଜେପି ସହ ଗୁପ୍ତ ବୁଝାମଣା କରିପାରେ । ଏହାଯୋଗୁ ଶିବସେନା ଦୁର୍ବଳ ହେବ ଯାହାର ଫାଇଦା ଭବିଷ୍ୟତରେ ଏନ୍‌ସିପିକୁ ବି ମିଳିପାରେ ।

୨୦୧୯ରେ ଏନ୍‌ସିପି ବିଜେପି ସହ ମେଣ୍ଟ କରିଥିଲା ଏବଂ ଏନ୍‌ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ବିଜେପି ଏନ୍‌ସିପି ବିଧାୟକମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିଥିଲା, ଯେଉଁଥିରେ ପାୱାର ହସ୍ତକ୍ଷେପ କରି ୩ ଦିନରେ ସମାଧାନ ବାହାର କରିଥିଲେ । କିନ୍ତୁ ଏଥରକ ନିଜ ସରକାର ବଞ୍ଚାଇବାକୁ ସେ କ’ଣ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏହା ବଡ଼ ପ୍ରଶ୍ନ ।

ଉଦ୍ଧବ ଠାକ୍‌ରେଙ୍କୁ ଦୁର୍ବଳ କରିବାର ଖେଳ ରାଜ୍ୟସଭା ନିର୍ବାଚନରୁ ଆରମ୍ଭ ହେଲା । ପ୍ରଥମେ ବିଜେପିକୁ ରାଜ୍ୟସଭା ନିର୍ବାଚନରେ ସଫଳତା ମିଳିଲା, ଯେଉଁଥିରେ ଶିବସେନାର ପ୍ରାର୍ଥୀ ହାରିଗଲେ । ତା’ ପରେ ବିଧାନ ପରିଷଦ ନିର୍ବାଚନରେ ଶିବସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ଉଭୟ ନିର୍ବାଚନରେ କ୍ରସ୍‌ ଭୋଟିଂ କରାଯାଇଥିବା କୁହାଗଲା ।

   Related Posts