ଏହି ରାଜନୀତିଜ୍ଞଙ୍କ ନାତିଙ୍କୁ ଡେଟ୍ କରୁଥିଲେ ସାରା ଏବଂ ଜାହ୍ବବୀ : ଭବିଷ୍ୟତରେ ହୋଇଥାନ୍ତେ ଦୁଇ ଯାଆ

Published By : Prameya-News7 Bureau | February 01, 2019 IST

ମୁମ୍ବାଇ ୧/୨: ବଲିଉଡରେ ଏବେ ଷ୍ଟାରମାନଙ୍କ ଆଫେୟାରର କାହାଣୀ ଶୁଣିବାକୁ ମିଳୁଛି। ଅଧିକାଂଶ ସମୟରେ ଫ୍ୟାନମାନେ ନ୍ୟୁକମର ଷ୍ଟାରଙ୍କ ଆଫେୟାର ବିଷୟର ଶୁଣିବାକୁ ଉତ୍ସୁକ ଥାଆନ୍ତି। ଏହି ତାଲିକାରେ ସାରା ଅଲ୍ଲୀ ଖାନ୍ ଏବଂ ଜାହ୍ନବୀ କପୁର ମଧ୍ୟ ଅଛନ୍ତି। ଫ୍ୟାନମାନେ ସବୁବେଳେ ଏମାନଙ୍କ ବିଷୟରେ ଜାଣିବାକୁ ଅପେକ୍ଷା କରି ବସିଥାଆନ୍ତି। ସାରା ଅଲ୍ଲୀ ଖାନ୍ ପ୍ରଥମ ଥର ନିଜ ସମ୍ପର୍କ ବିଷୟରେ ଖୋଲି କହିଛନ୍ତି। ଜାହ୍ନବୀଙ୍କ ଡେଟିଙ୍ଗ୍ ବିଷୟରେ ତ ସମସ୍ତଙ୍କୁ ଜଣା।

{"id":80455,"width":595,"height":365}

ସାରା ଏବଂ ଜାହ୍ନବୀ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ଡେଟ୍ କରୁଥିଲେ। ସାରା ଅଲ୍ଲୀ ଖାନ୍ କଂଗ୍ରେସ ରାଜନେତା ସୁଶୀଲ ସିନ୍ଦେଙ୍କ ନାତି ବୀର ପାହାଡ଼ିଆଙ୍କ ସହ ରିଲେସନସିପରେ ଥିଲେ। ଜାହ୍ନବୀଙ୍କ ସମ୍ପର୍କ ବୀରଙ୍କ ଭାଇ ଶିଖର ପାହାଡ଼ିଆଙ୍କ ସହ ଥିଲା। ଏମାନଙ୍କ ସମ୍ପର୍କ ଖୁବ୍ ଚର୍ଚ୍ଚାରେ ଥିଲା।

{"id":80456,"width":594,"height":332}

ସାରା ଅଲ୍ଲୀ ଖାନ୍ ଫିଳ୍ମଫେୟାରର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ୟୁନିୟନ୍ ପ୍ରାଇମ୍ ମିନିଷ୍ଟର ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର ପାହାଡ଼ିଆଙ୍କ ସହ ସେ ରିଲେସନସିପରେ ଥିଲେ। ଏବେ କିନ୍ତୁ ସେ ତାଙ୍କ ସହ ସମ୍ପର୍କରେ ନାହାନ୍ତି। ଜାହ୍ନବୀ କପୁର ତାଙ୍କ ଭାଇ ଶିଖର ପାହାଡ଼ିଆଙ୍କ ସହ ରିଲେସନସିପରେ ଥିଲେ।

{"id":80457,"width":598,"height":449}

୨୦୧୬ମସିହାରୁ ଜାହ୍ନବୀ ଏବଂ ଶିଖରଙ୍କ ସହ ପ୍ରେମ ସମ୍ପର୍କ ସୋଶିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିଲା। ଦୁଇଜଣଙ୍କୁ ଏକାଠି ଅଧିକାଂଶ ପାର୍ଟିରେ ଦେଖିବାକୁ ମିଳିଥିଲା। ସୋଶିଆଲ ମିଡିଆରେ ଏହି ପାର୍ଟିର ଅନେକ ଫଟୋ ଭାଇରାଲ ହୋଇଥିଲା। ଏହା ପରଠୁ ତାଙ୍କ ଆଫେୟାର ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା। କିଛି ଦିନ ପରେ ତାଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା। ଏହାପରଠୁ କେବେବି ଉଭୟଙ୍କୁ ଏକାଠି ଦେଖାଯାଇନାହିଁ। କିନ୍ତୁ ଯଦି ସାରା ଏବଂ ଜାହ୍ନବୀ ଏହି ସମ୍ପର୍କକୁ ଆଗେ ବଢ଼ାଇଥାନ୍ତେ ତେବେ ଭବିଷ୍ୟତରେ ଦୁହେଁ ଦୁଇ ଯାଆ ହୋଇଥାଆନ୍ତେ।

{"id":80460,"width":600,"height":355}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.