ନୂଆଦିଲ୍ଲୀ ୦୮।୦୭: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଥାଆନ୍ତି । ସେ ପ୍ରାୟତଃ ତାଙ୍କ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଥାନ୍ତି । କିନ୍ତୁ ନିଜ ପୋଷ୍ଟକୁ ନେଇ ସେ ୟୁଜର୍ସଙ୍କ ଦ୍ୱାରା ଟ୍ରୋଲର ଶିକାର ହୋଇଥାନ୍ତି। ନିକଟରେ ସାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏକ ରେଷ୍ଟୁରାଣ୍ଟରେ ବସିଛନ୍ତି | ସେ କଳା ଏବଂ ଧଳା ରଙ୍ଗର ସ୍କିବ୍ ପିନ୍ଧିଥିବାର ନଜର ଆସିଛନ୍ତି । ସାରାଙ୍କର ଏହି ଫଟୋରେ ଅନେକ ୟୁଜର୍ସ ଲାଇକ କରିଥିବା ବେଳେ ଏବଂ ଷ୍ଟାଇଲ ଓ ଲୁକ୍ସକୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି | ତେବେ କିଛି ୟୁଜର୍ସ ତାଙ୍କର ଏହି ଫଟୋ ଏବଂ ପୋଷ୍ଟକୁ ନେଇ ଟିମ୍ ଇଣ୍ଡିଆର ଓପନର୍ ଶୁବମାନ ଗିଲଙ୍କ ସହ ଯୋଡା ଯାଇ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ସାର ଏହି ଫଟୋର କ୍ୟାପସନରେ ଲେଖିଛନ୍ତି କି, 'ହେ ସିରି, ମୋର ଖାଦ୍ୟ କେଉଁଠାରେ ଅଛି ?' ଏହି ଦେଖିବା ମାତ୍ରେ ଫ୍ୟାନ୍ସମାନେ ସାରାଙ୍କ ମଜା ଉଡାଇବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି | ସାରା ତେନ୍ଦୁଲକର ଏହି ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି, ' ଶୁଭମନ ଖୁବ୍ ଶୀଘ୍ର ଖାଇବା ଆଣୁଛନ୍ତି'। ଏହା ସହ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି, ଶୁଭମନ ଗିଲଙ୍କ ଘରେ ଖାଦ୍ୟ ମିଳିବ। ଅନ୍ୟପଟେ ସାରାଙ୍କର ପୋଷ୍ଟରେ ଜଣେ କହିଛନ୍ତି, 'ମମ୍ ତୁମେ ବହୁତ ସୁନ୍ଦର ଦେଖାଯାଉଛ।' ସେହିପରି ଅନ୍ୟଜଣେ ୟୁଜର୍ସ କହିଛନ୍ତି କି, 'ତୁମେ କିପରି ଦେଖାଯାଉଛ ଶୁଭମନ ଗିଲଙ୍କୁ ପଚାର'।
ତେବେ କହିବାକୁ ଗଲେ ସୋସିଆଲ ମିଡିଆରେ ଭାରତୀୟ ଦଳର ଓପନର୍ ଶୁଭମନ ଗିଲ ଏବଂ ସାରା ତେନ୍ଦୁଲକରଙ୍କ ମଧ୍ୟରେ ଡେଟିଂ କରୁଥିବାର ଖବର ଶୁଣିବାକୁ ମିଳୁଛି । ଏହି କାରଣରୁ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିଥିଲେ। ଟିମ୍ ଇଣ୍ଡିଆର ଓପନର୍ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ସହିତ ଇଂଲଣ୍ଡ ଗସ୍ତରେ ଅଛନ୍ତି। କିନ୍ତୁ ସେ ଆହତ ହେବାରୁ ସିରିଜରୁ ବାଦ ପଡିଛନ୍ତି। ଦଳ ପରିଚାଳନା ତାଙ୍କ ସ୍ଥାନରେ ଆଉ ଜଣେ ଓପନର୍ ଖୋଜୁଛନ୍ତି।