ସାରା ଖାନ୍ ଏବଂ ଅଙ୍କିତ ଗେରାଙ୍କ ସମ୍ପର୍କରେ ଫାଟ : ଡିଲିଟ କଲେ ସମସ୍ତ ଅନ୍ତରଙ୍ଗ ଫଟୋ

Published By : Prameya-News7 Bureau | June 01, 2019 IST

ମୁମ୍ବାଇ ୧/୬: ଟିଭି ଅଭିନେତ୍ରୀ ସାରା ଖାନ୍ ଏବଂ ଅଙ୍କିତ ଗେରାଙ୍କ ସମ୍ପର୍କର ଖବର ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲା। କିଛି ଦିନ ପୂର୍ବେ ସାରା ନ୍ୟାସନାଲ ଟେଲିଭିଜନରେ ଖୁଲାସା କରିଥିଲେ ଯେ ତାଙ୍କ ଜୀବନରେ ଜଣେ ଖାସ୍ ବ୍ୟକ୍ତି ଅଛନ୍ତି ଏବଂ ସେ ତାଙ୍କ ସହ ଏହି ବର୍ଷ ବିବାହ କରି ପାରନ୍ତି। ସେହି ସମୟରେ ସେ କଥା କଥାରେ ଇଙ୍ଗିତ ଦେଇଥିଲେ ଯେ ସେ ଅଙ୍କିତ ଗେରାଙ୍କୁ ଡେଟ୍ କରୁଛନ୍ତି।

{"id":118145,"width":594,"height":339}

ଏହା ସହିତ ସାରା ଏବଂ ଅଙ୍କିତ ଉଭୟଙ୍କର ରୋମାଣ୍ଟିକ୍ ଫଟୋ ସୋଶିଆଲ ମିଡିଆରେ ସେୟାର କରି ତାଙ୍କର ପ୍ରେମକୁ ପ୍ରକାଶ କରୁଥିଲେ। ଏପରି ଲାଗୁଛି ଯେ ଉଭୟଙ୍କର ପ୍ରେମକୁ ଏବେ କାହାର ନଜର ଲାଗିଯାଇଛି। ଏବେ ଉଭୟଙ୍କ ମଧ୍ୟରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇଛି। ଏଥିପାଇଁ ଦୁହେଁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସମସ୍ତ ରୋମାଣ୍ଟିକ୍ ଫଟୋ ଡିଲିଟ୍ କରି ଦେଇଛନ୍ତି।

{"id":118146,"width":595,"height":446}

ଏବେ ଯାଏଁ ଉଭୟଙ୍କ ମଧ୍ୟରେ ମତାନ୍ତରର କାରଣ ବିଷୟରେ ଜଣାପଡ଼ିନାହିଁ କିନ୍ତୁ ଏହା ନିଶ୍ଚିତ ଯେ ଦୁହିଁଙ୍କ ମଧ୍ୟରେ କିଛି ତ ହୋଇଛି।

{"id":118147,"width":596,"height":335}

ଅଙ୍କିତ ଏବଂ ସାରା ଦୁହେଁ ଏକାଠି ପ୍ରଡକ୍ସନ ହାଉସ୍ ଖୋଲିଥିଲେ। ସାରା ମଧ୍ୟ ଅନେକ ମ୍ୟୁଜିକ୍ ଭିଡିଓରେ କାମ କରିଥିବାବେଳେ ଅଙ୍କିତ ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇଯାଇଛନ୍ତି।

{"id":118148,"width":595,"height":421}

ସାରା,ସଲମାନ ଖାନଙ୍କ ବିବାଦୀୟ ଶୋ ବିଗ ବସରେ ଭାଗ ନେଇଥିଲେ। ଏହି ସମୟରେ ତାଙ୍କ ସାକ୍ଷାତ ଅଲି ମର୍ଚାଣ୍ଟଙ୍କ ସହ ହୋଇଥିଲା। ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା ଏବଂ ଦୁହେଁ ବିଗ୍ ବସ୍ ଘରେ ହିଁ ବିବାହ କରିଥିଲେ। ଶୋ ସରିବାର କିଛି ଦିନ ପରେ ହିଁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଏପରି ପରିସ୍ଥିତିରେ ସମସ୍ତେ କହିଥିଲେ ସେ ସାରା ଏବଂ ଅଲୀ ଲୋକପ୍ରିୟତା ହାସଲ କରିବା ପାଇଁ ଏପରି କରିଥିଲେ।

{"id":118149,"width":594,"height":312}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.