ଓଲଟିଲା ସାର ବୋଝେଇ ଟ୍ରକ୍, ୬ ଗୁରୁତର

Published By : Prameya-News7 Bureau | June 12, 2021 IST

ମୋହନା, ୧୨/୦୬: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସାର ବୋଝେଇ ଟ୍ରକ୍ ଓଲଟି ପଡିବାରୁ ୬ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଏକ ସାର ବୋଝେଇ ଟ୍ରକ୍ ମୋହନା ଜିରାଙ୍ଗ ନଦୀସାହି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଯାଉଥିବା ବେଳେ ଏହାର ଡ୍ରାଇଭର ଷ୍ଟିଅରିଂ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରକଟି ଓଲଟି ପଡିଥିଲା ।

ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.