ଦୀପିକାଙ୍କ ସାମ୍ନାରେ ଫିକା ପଡିଲେ ସାରା, ଟ୍ରୋଲର୍ସଙ୍କ ଶିକାର ହେଲେ ଅଭିନେତ୍ରୀ

Published By : Prameya-News7 Bureau | September 14, 2022 IST

ମୁମ୍ଵାଇ ୧୪।୦୯: ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି ସାରା ଅଲ୍ଲୀ ଖାନ । ତେବେ ସାରା ସମାଲୋଚିତ ହେବା ଭଳି କୌଣସି ଗର୍ହିତ ବା ଭୁଲ୍‌ କାମ କରିନାହାନ୍ତି। ସାରାଙ୍କ ସିମ୍ପଲ୍‌ ଲୁକ୍‌ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି। ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ଗଣେଶପୂଜା ପାଳିତ ଖୁବ୍‌ ଜୋର୍‌ସୋର୍‌ରେ ହୁଏ। ସାଧାରଣ ବ୍ୟକ୍ତି ହୁଅନ୍ତୁ କି ରାଜନେତା, ସିନେ ସେଲିବ୍ରିଟି ସମସ୍ତେ ଅତ୍ୟନ୍ତ ଆନନ୍ଦ ଉତ୍ସାହରେ ପାଳନ କରିଥାନ୍ତି ପ୍ରଭୁ ଗଣପତିଙ୍କ ପୂଜା ଉତ୍ସବ । ସିନେତାରକାମାନେ ନିଜ ବାସଗୃହରେ ଧୁମ୍‌ଧାମ୍‌ରେ ଗଜାନନଙ୍କ ପୂଜା ଆରାଧନା କରିବା ସହ ମୁମ୍ବାଇର ବିଭିନ୍ନ ପେଣ୍ଡାଲ୍‌ରେ ପୂଜା ପାଉଥିବା ମେଢ଼ ବୁଲି ଦେଖିଥାନ୍ତି । ସେହି କ୍ରମରେ ରଣବୀର ସିଂ ଓ ଦୀପିକା ପାଦୁକୋନ ଗଣେଶ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବଙ୍ଗଳାରେ ପହଞ୍ଚିଥିଲେ ।

ରଣବୀର ପିନ୍ଧିଥିଲେ ନେହେରୁ ଜ୍ୟାକେଟ୍‌ ସହିତ ଗୋଲାପୀ ରଙ୍ଗର କୁର୍ତ୍ତା। ଦୀପିକା ପରିଧାନ କରିଥିଲେ ସବୁଜ ରଙ୍ଗର ଭେଲଭେଟ୍‌ ସୁଟ୍‌, ତା’ ଉପରେ ଗୋଲାପୀ ରଙ୍ଗର ମଖମଲି ଦୁପଟ୍ଟା ତାଙ୍କ ସୌନ୍ଦର୍ଯ୍ୟକୁ ଦୁଇଗୁଣ କରୁଥିଲା। ମାତ୍ର ଠିକ୍‌ ଏତିକିବେଳେ ସାରା ଅଲ୍ଲୀ ଖାନ ପହଞ୍ଚିଲେ ହଳଦିଆ ରଙ୍ଗର କଟନ୍‌ ସାଲୱାର ସୁଟ୍‌ରେ । ସାରାଙ୍କ ଏହି ସିମ୍ପଲ୍‌ ଲୁକ୍‌ ଦେଖି ତାଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି ଇଣ୍ଟରନେଟ୍‌ ୟୁଜର୍ସମାନେ।

ରଣବୀରଙ୍କ ହେଭି ଫେଷ୍ଟିଭ୍‌ ଆଉଟ୍‌ଫିଟ୍‌ ଓ ଦୀପୁକା ପାଦୁକୋନଙ୍କ ଗର୍ଜିଅସ୍‌ ଲୁକ୍‌ ତୁଳନାରେ ଫିକା ପଡ଼ିଯାଇଥିଲେ ସାରା। ସାରାଙ୍କ ଏଭଳି ବେଶଭୂଷା ଦେଖି ଜଣେ ସୋସିଆଲ ମିଡିଆ ୟୁଜର୍‌ ଲେଖିଥିଲେ, ‘ସାରାଙ୍କୁ ବିନା ମେକ୍‌ଅପ୍‌ରେ ଦେଖନ୍ତୁ। କେଜାଣି କେମିତି ହିରୋଇନ୍‌ ହେଇଗଲେ। ଆଉ ଜଣେ ସାରାଙ୍କୁ ଦୀପିକା ଓ ରଣବୀରଙ୍କ କାମବାଲି ବାଈ ବୋଲି କହିବାକୁ ବି ପଛେଇ ନାହାନ୍ତି । ଏସବୁ କମେଣ୍ଟ ପଢ଼ିବା ପରେ ସାରାଙ୍କ ମନର ଭାଙ୍ଗିପଡିଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.