ଫ୍ରିଡମ୍ ଫାଇଟର ଭୂମିକାରେ ସାରା ଅଲି ଖାନ୍, ସାମ୍ନାକୁ ଆସିଲା ‘ଏ ୱତନ ମେରେ ୱତନ’ର ଫାଷ୍ଟ ଲୁକ୍
23/01/2023 at 12:26 PM

ମୁମ୍ଵାଇ ୨୩।୦୧: ବି-ଟାଉନର ଜଣାଶୁଣା ଅଭିନେତ୍ରୀ ସାରା ଅଲି ଖାନ । ତାଙ୍କର କୌଣସି ପରିଚୟ ଆବଶ୍ୟକ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ତାଙ୍କର ଚୁଲବୁଲି ଅନ୍ଦାଜ ସବୁ ପ୍ରଶଂସକଙ୍କ ହୃଦୟ ଜିତନ୍ତି । କିନ୍ତୁ ଏଥର ସାରା କିଛି ଅଲଗା କରିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏ ୱତନ ମେରେ ୱତନ’ର ଫାଷ୍ଟ ଲୁକ ସୋମବାର ମୁକ୍ତିଲାଭ କରିଛି। ଏହାର ଏକ ଛୋଟ ଟିଜରରେ ଘୋଷଣା କରାଯାଇଛି।
ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଏ ୱତନ ମେରେ ୱତନ’ର ଘୋଷଣା OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ କରାଯାଇଛି। ଜାନୁଆରୀ ୨୩ରେ, ପ୍ରାଇମ୍ ଭିଡିଓ ସାରାଙ୍କ ଚଳଚ୍ଚିତ୍ରର ଟିଜର ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ସାରା ଏକ କୋଠରୀରେ ବନ୍ଦ ଅଛନ୍ତି। ସେ ରେଡିଓରେ ବିଟ୍ରିଶଙ୍କ ବିଷୟରେ କିଛି କହୁଛନ୍ତି। ଟିଜରରୁ ଏହା ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ସାରା ଏହି ଚଳଚ୍ଚିତ୍ରରେ ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ଅଭିନୟ କରୁଛନ୍ତି।
ବାସ୍ତବରେ ସାରା ଫିଲ୍ମ ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୪୨ ମସିହାରେ ବମ୍ଵେ ଗୋୱାଲିଆ ଟ୍ୟାଙ୍କ ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିବେ। ଏଭଳି ପରିସ୍ଥିତିରେ ସାରାଙ୍କ ଏହି ଫିଲ୍ମ ଦେଖିବା ପ୍ରକୃତରେ ମଜା ଲାଗିବ। କେବଳ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇଭ ଭିଡିଓରେ ରିଲିଜ ହେବ।