ଶିମ୍ୱା ଅଭିନେତ୍ରୀ ସାରା ସାବତ ମାଁ କରୀନାଙ୍କ ବିଷୟରେ କହିଥିଲେ କିଛି ଏମିତି କଥା…
23/01/2019 at 4:31 PM

ମୁମ୍ବାଇ ୨୩|୧: ବଲିଉଡ ନବାବ ସୈଫ ଅଲି ଖାନ ଓ ଅମୃତାଙ୍କ ଝିଅ ସାରା ଅଲି ଖାନ ଏବେ ବଲିଉଡରେ କିଛି ଦିନ ହେବ ପାଦ ଦେଇଛନ୍ତି। ୨ଟି ହିନ୍ଦି ସିନେମା କରିଥିବା ନ୍ୟୁ କମର ସାରା ଏବେ ବଲିଉଡରେ ନିଜ ସଫଳତା ଏନଜୟ କରୁଛନ୍ତି। ସୈଫ ଅଲି ଖାନ ଓ ଅମୃତା ସିଂହଙ୍କ ବିବାହ ୧୯୯୧ ମସିହାରେ ହୋଇଥିଲା। କିଛି କାରଣରୁ ୨୦୦୪ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପ୍ରଥମ ବିବାହରେ ଛାଡପତ୍ର ହେଲା ପରେ ୨୦୧୨ ମସିହାରେ ସୈଫ ଅଲି ଖାନ କରିନା କପୁରଙ୍କୁ ବିବାହ କରିଥିଲେ। ତେବେ ସାରା ତାଙ୍କ ମା ବାପାଙ୍କ ବିଚ୍ଛେଦ ପରେ ମଧ୍ୟ କରିନାଙ୍କୁ ନିଜ ମାଁ ବୋଲି ସ୍ୱିକାର କରିଥିଲେ। କେଦାରନାଥ ଓ ଶିମ୍ୱା ଫିଲ୍ମ ରିଲିଜ ହୋବା ପରେ ସାରା ଅନେକ ଚର୍ଚ୍ଚାରେ ଅଛନ୍ତି। ଏବେ ସାରା ନିଜ ଆଗାମୀ ସିନେମାର ପ୍ରସ୍ତୁତି କରୁଛନ୍ତି। ସାରାଙ୍କ ଚୁଲବୁଲି ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

ଟିଭିର ଚାଟ୍ ସୋରେ ସାରାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ ପଚାରାଯାଇଥିଲା। କରୀନାଙ୍କ ସହ ତାଙ୍କ ସମ୍ପର୍କ କେମିତି ବୋଲି ପଚାରିବାରୁ ସେ ବହୁତ ଖୁସି ହୋଇ ଏହାର ଉତ୍ତର ଦେଇଥିଲେ। ସାରା “ପୁ” ଙ୍କର ବହୁତ ବଡ ଫ୍ୟାନ ବୋଲି କହିଥିଲେ। କରୀନା ତାଙ୍କ ଜୀବନର ମୁଖ୍ୟ ଅଂଶ। କେବଳ ଏଇ ସୋ ନୁହଁ ସାରା ଅନେକ ଜାଗାରେ କରୀନାଙ୍କ ପାଇଁ ଥିବା ଭଲ ପାଇବା ବିଷୟରେ କହିଛନ୍ତି। କରୀନା ସାବତ ମାଁ ହୋଇ ମଧ୍ୟ ସାରାଙ୍କର ଖୁବ୍ ଭଲ ଯତ୍ନ ନିଅନ୍ତି। କରୀନା ତାଙ୍କ ପ୍ରେରଣା ଓ ଆଦର୍ଶ ବୋଲି ସାରା କହିଥିଲେ।
Related Posts
ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍
7 February 2023