ମୁମ୍ବାଇ ୨୬/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡ଼ିତ ଡ୍ରଗ୍ସ କାରାବାରର ତଦନ୍ତ କରୁଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)। ଏହି କ୍ରମରେ ଏନସିବି ଆଜି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରିଛି। ଦୀପିକାଙ୍କ ଜେରା ସରିଛି। ଜେରା ପାଇଁ ସାରା ଅଲ୍ଲୀ ଖାନ୍ ମଧ୍ୟ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ବହୁତ କିଛି ପ୍ରଶ୍ନ ପଚାରିବାର ଯୋଜନା କରିଥିଲା ଏନସିବି। ତେବେ ଆଜି ଏନସିବିର ସାରାଙ୍କୁ ଡ୍ରଗ୍ସ ମାମଲାରେ ଜେରା ଚାଲିଥିବା ବେଳେ ସେ ସୁଶାନ୍ତଙ୍କ ସହ ରିଲେସନସିପରେ ଥିବା ଖୋଲା ଖୋଲି ଭାବେ ସ୍ବୀକାର କରିଛନ୍ତି।
{"id":334774,"sizeSlug":"large"}
୨୦୨୮ରେ ‘କେଦାରନାଥ’ ଫିଲ୍ମ ସୁଟିଂ ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେଟ୍ରେ ହିଁ ଦୁହେଁ ରିଲେସନସିପରେ ରହିଥିଲେ। କେବଳ ଏତିକି ନୁହେଁ ସାରା ସୁଶାନ୍ତଙ୍କ ସହ କ୍ରେପି ହାଉସରେ ଏକାଠି ରହିବା ପାଇଁ ଯାଇଥିଲେ।
ବହୁ ପାର୍ଟିରେ ସେ ସୁଶାନ୍ତଙ୍କ ସହ ସାମିଲ ହୋଇଛନ୍ତି। ମାତ୍ର ସେତେବେଳେ ସୁଶାନ୍ତ ଡ୍ରଗ୍ସ ସେବନ କରୁଥିବା କହିଛନ୍ତି ସାରା। ତେବେ ସାରା ନିଜେ ଡ୍ରଗ୍ସ ନେଉ ଥିବା କଥାକୁ ଖଣ୍ଡନ କରିଛନ୍ତି। କେବଳ ମାରିୟୁଆନା ସ୍ମୋକ ନିଅନ୍ତି କହିଛନ୍ତି। ଯଦିଓ ସେ ସୁଶାନ୍ତଙ୍କ ସହ ରିଲେସନସିପରେ ଥିଲେ କିନ୍ତୁ ଥରୁଟିଏ ବି ତାଙ୍କ ସହ ଡ୍ରଗ୍ସ ନେଇ ନାହାନ୍ତି।
ତେବେ ଏକଥାର ଖୁଲାସା ହୋଇପାରି ନାହିଁ ଯେ ସୁଶାନ୍ତଙ୍କ ଜୀବନକୁ ସାରା ଆସିବା ପରେ ସେ ଡ୍ରଗ୍ସ ନେଇଛନ୍ତି ନା ତା’ ପୂର୍ବରୁ ତାଙ୍କର ଡ୍ରଗ୍ସ ଅଭ୍ୟାସ ଥିଲା।