ଶର୍ମିଲା ଟାଗୋରଙ୍କ ପରି କ’ଣ କ୍ରିକେଟରଙ୍କୁ ବିବାହ କରିବେ ସାରା ? ନାଁ ନନେଇ ଶୁବମନଙ୍କ ଉପରେ କଲେ ରିଆକ୍ଟ
8/06/2023 at 11:24 AM

ମୁମ୍ଵାଇ ୦୮।୦୬: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ। ବର୍ତ୍ତମାନ ତାଙ୍କ ଫିଲ୍ମ ଜରା ହଟକେ ଜରା ବଚକେକୁ ନେଇ ଖୁବ୍ ଆଲୋଚନା। ଏହି ଚଳଚ୍ଚିତ୍ରଟି ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି। ଅନ୍ୟପକ୍ଷରେ ଏହା ବକ୍ସ ଅଫିସରେ ଭଲ କାମ କରୁଛି।ଏହା ବ୍ୟତୀତ ସାରାଙ୍କ ନାମ କ୍ରିକେଟର ଶୁବମାନ ଗିଲଙ୍କ ସହ ଯୋଡା ଯାଇଥିଲା । ଏହି ସମୟରେ ସାରାଙ୍କୁ ପଚରାଯାଇଥିଲା ଯେ ସେ ମଧ୍ୟ ଜେଜେମା ଶର୍ମିଲା ଟାଗୋରଙ୍କ ପରି ଜଣେ କ୍ରିକେଟରଙ୍କୁ ବିବାହ କରିବେ କି?
ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି, ‘ମୁଁ ଭାବୁଛି ଯେ ମୁଁ ଯେଉଁ ଭଳି ବ୍ୟକ୍ତି, ମୋତେ ଫରକ ପଡେ ନାହିଁ ସେ କ୍ରିକେଟର, ଅଭିନେତା, ବ୍ୟବସାୟୀ, ଡାକ୍ତର … ବୋଧହୁଏ ଡାକ୍ତର ନୁହଁନ୍ତି, କାହିଁକି ନା ସେ ପଳାଇଯିବେ। ଥଟ୍ଟା କରି କହିଥିଲେ, ମୋତେ ମେଣ୍ଟାଲି ଏବଂ ଇଣ୍ଟକଚ୍ୟୁଆଲି ଭାବରେ ମ୍ୟାଚ୍ କରିବା ଉଚିତ୍। ଯଦି ଆପଣ ତାହା କରିପାରିବେ ତେବେ ଏହା ବହୁତ ବଡ଼ କଥା ।

ଏହା ପରେ ସାରା ଅଲି ଖାନଙ୍କୁ ପଚରାଯାଇଥିଲା ଯେ ଭାରତୀୟ ଦଳର କେଉଁ କ୍ରିକେଟର ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେତେବେଳେ ଅଭିନେତ୍ରୀ କହିଛନ୍ତି, ‘ମୁଁ ସତ କହିବି,ତ ମୁଁ ଯାହା ସହ ଜୀବନ ବିତାଇବି ତାଙ୍କୁ ଆଜି ଯାଏଁ ଭେଟିନି । ମୋତେ ସେମିତି କେହି ପସନ୍ଦ ଆସି ନାହାନ୍ତି। ମୁଁ ତାଙ୍କୁ ଅପେକ୍ଷା କରିଛି…।
କହିବାକୁ ଗଲେ ସାରା ଅଲି ଖାନଙ୍କ ଫିଲ୍ମ ଜରା ହଟକେ ଜରା ବଚକ। ଯାହା ୨ଜୁନ୍ ରେ ମୁକ୍ତିଲାଭ କରିଥିଲା । ସାରା ଫିଲ୍ମରେ ବିକି କୌଶଲଙ୍କୁ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଅନ୍ୟପକ୍ଷରେ, ସାରାଙ୍କ ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ ଏ ମେରେ ୱତନ କେ ଲୋଗୋ । ଯାହା ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।ଏହା ବ୍ୟତୀତ ସାରଙ୍କ ହାତରେ ‘ମେଟ୍ରୋ ଇନ୍ ଦିନୋ’ ଏବଂ ‘ମର୍ଡର ମୁବାରକ’ ଅଛି।