ଆହତ ହେଲେ ସାରା ଅଲି ଖାନ, ନାକରେ ବ୍ୟାଣ୍ଡେଜ୍ ମାରିଥିବାର ନଜର ଆସିଲେ
26/01/2023 at 10:31 AM

ମୁମ୍ଵାଇ ୨୬।୦୧: ନିକଟରେ ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ନତାଶା ଦଲାଲ ନିଜ ବିବାହ ବାର୍ଷିକୀକୁ ବହୁତ ବଡ଼ ଆକାରରେ ପାଳନ କରିଥିଲେ। ଉଭୟଙ୍କ କେମେଷ୍ଟ୍ରି ଖୁବ୍ ସୁନ୍ଦର ଲାଗୁଥିଲା। ଏହି ଅବସରରେ ବରୁଣ ଏବଂ ନତାଶା ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଯେଉଁଥିରେ ସମସ୍ତ ବଲିଉଡ ତାରକା ଅଂଶଗ୍ରହଣ କରିଥିଲେ। ସାରା ଅଲି ଖାନ ମଧ୍ୟ ଏହି ପାର୍ଟୀରେ ପହଞ୍ଚିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ନାକରେ ଆଘାତ ହୋଇଥିବାର ନଜର ଆସିଥିଲା ।
ସାରା ଅଲି ଖାନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ନାକରେ ଏକ ଆଘାତ ଲାଗିଥିବାର ଜଣାପଡିଛି। ନିକଟରେ ସେ କାର ଭିତରେ ବସିଥିବାର ନଜର ଆସିଥିଲେ। ପାରମ୍ପାରିକ ରୂପରେ ସାରା ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସମୟରେ ତାଙ୍କ ନାକରେ ଏକ ଆଘାତ ଲାଗିଥିବାର ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଏହା କିପରି ଆଘାତ ଲାଗିଛି ସେ ବିଷୟରେ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୋଧ ହୁଏ ସମସ୍ତେ ଭାବୁଛନ୍ତି କି ସୁଟିଂ ସମୟରେ ହୋଇଥିବ । ଏହା ପରେ ସାରା କାରରୁ ଓହ୍ଲାଇବା ବେଳେ ପାପାରାଜିଙ୍କ ସାମ୍ନାରେ ଠିଆ ହୋଇ ଫଟୋ କ୍ଲିକ୍ କରନ୍ତି। ପରେ ସେ ବିଲଡିଂ ଭିତରକୁ ଯାଆନ୍ତି ।
ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସାରା ଏ ୱତନ ମେରେ ୱତନରେ ନଜର ଆସିବେ। ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ସେ ଫ୍ରିଡମ୍ ଫାଇଟରଙ୍କ ଲୁକରେ ଅଭିନୟ କରିବେ। ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ୍ ହେବ। ଏହା ବ୍ୟତୀତ ସାରାଙ୍କ ପାଖରେ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମ ମଧ୍ୟ ଅଛି। ଯାହାର ଟାଇଟଲ୍ ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। ଏହି ସିନେମାରେ ସାରାଙ୍କ ଯୋଡି ଭିକି କୌଶଲଙ୍କ ସହ ନଜର ଆସିବେ।