ସୁଇମିଂ ପୁଲ୍‌ରେ ସାରା ‘କୁଲ୍-କୁଲ୍’… ଇଣ୍ଟରନେଟ୍‌ରେ ରିଆକ୍ଟ କଲେ ଦର୍ଶକ

Published By : Prameya-News7 Bureau | December 27, 2019 IST

wp:heading {"level":5}
ମୁମ୍ବାଇ୨୭|୧୨: ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଲାଡଲୀ ଝିଅ ସାରା ଅଲ୍ଲୀ ଖାନ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ୨୦୧୮ ମସିହାରେ “କେଦାରନାଥ” ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ ସାରା । ଗୋଟେ ବର୍ଷ ମଧ୍ୟରେ ସାରା ସିନେମା ଜଗତରେ ଫେମସ ହୋଇସାରିଛନ୍ତି। ସେ ନିଜ ଅଭିନୟ ଯୋଗୁଁ ହିନ୍ଦି ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି। ସାରାଙ୍କ ଅଭିନୟ ବହୁ ଦର୍ଶକ ପସନ୍ଦ କରନ୍ତି। ଏବେ ତାଙ୍କ ପାଖରେ ଅନେକ ପ୍ରୋଯେକ୍ଟ ରହିଛି।
/wp:heading {"id":203213,"width":582,"height":525,"sizeSlug":"large"}
wp:heading {"level":5}
 ତେବେ ନିକଟରେ ସାରା ଶୁଟିଂରୁ ଟିକେ ବ୍ରେକ୍‌ ନେଇ ସାଙ୍ଗ ସାଥୀଙ୍କ ସହ ଛୁଟି କାଟିବାକୁ ଯାଇଛନ୍ତି। ସାରାଙ୍କ ଭେକେସନ୍‌ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।ଏହି ଫଟୋରେ ସାରା ସୁଇମିଂ ପୁଲ ଭିତରେ ଏନ୍‌ଜୟ କରିବାରେ ନଜର ଆସୁଛନ୍ତି। ସେ ନିଜେ ଏହି ସବୁ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
/wp:heading {"id":203214,"sizeSlug":"large"}
wp:heading {"level":5}
ଫଟୋ ସେୟାର ହେବା କିଛି ସମୟ ମଧ୍ୟରେ ଅନେକ ଲାଇକ୍‌ ଓ କମେଷ୍ଟ ଆସିଥିଲା। କିଛି ଦିନ ତଳେ ସାରାଙ୍କୁ ଭାଇ ଇବ୍ରାହିମ୍‌ ସହ କରୀନା କପୁରଙ୍କ Christmas ପାର୍ଟିରେ ସ୍ପଟ୍‌ କରାଯାଇଥିଲା। ପାର୍ଟିରେ ସାରା ଧଳା ରଂଗର ୱାନ ପିସ୍‌ ପିନ୍ଧିଥିଲେ ଓ ବହୁତ ହଟ୍‌ ଲାଗୁଥିଲେ। ଉଭୟ ଭାଇ ଭଉଣୀଙ୍କ ଫଟୋଶୁଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
/wp:heading {"id":203215,"width":582,"height":363,"sizeSlug":"large"}
wp:heading {"level":5}
ଏବେ ସାରା ନିଜ ଆଗାମୀ ଫିଲ୍ମ କୁଲି ନମ୍ବର ୧ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସାରା ବରୁନ ଧୱନଙ୍କ ସହ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଡେଭିଡ୍‌ ଧୱନ।  ଏହି ଚଳଚ୍ଚିତ୍ର ଗୋବିନ୍ଦାଙ୍କ ଫିଲ୍ମ କୁଲି ନମ୍ବର ୧ର ରିମେକ ବୋଲି କୁହାଯାଉଛି। ଏହା ବ୍ୟତୀତ ସାରା ‘ଲଭ ଆଜ କଲ ୨’ଫିଲ୍ମରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସାରା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନୟ କରିଛନ୍ତି। ଉଭୟ ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଦର୍ଶକ ଅଛନ୍ତି।
/wp:heading wp:heading {"level":5}
 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.