ମୁମ୍ବାଇ୨୮/୧୧: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସବୁବେଳେ ନିଜ ପ୍ରଂଶସକଙ୍କୁ ଭଲ ବ୍ୟବହାର ଦେଖାଇ ଥାଆନ୍ତି। ପାର୍ଟି ହେଉ କି ଇଭେଣ୍ଟ ସବୁ ସ୍ଥାନରେ ହସ ହସ ମୁହଁରେ ସାରା ନିଜ ପ୍ରଂଶସକଙ୍କ ସହ ସେଲଫି ନେଇଥାଆନ୍ତି।କିନ୍ତୁ ନିକଟରେ ସାରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ପ୍ରଂଶସକ ତାଙ୍କ ସହ ସେଲଫି ନେବା ସମୟରେ ସେ ଏକ ଅଲଗା ରିଆକ୍ସନ ଦେଇଥିଲେ। ସେଲଫି ନେବା ନିଶାରେ ପ୍ରଶଂସକ ତାଙ୍କ ପାଖରେ ଲାଗି ଯାଇଥିଲେ। ଅଚାନକ କ୍ୟାମେରା ସାମ୍ନାରୁ ସାରା ହଟିଯିବା ସହ ଦୂରରେ ଛିଡ଼ା ହେବାପାଇଁ ତାଙ୍କୁ କହିଥିଲେ। ସେହି ସମୟରେ ସାରାଙ୍କ ମୁହଁର ହାବଭାବ ମଧ୍ୟ ଟିକେ ଅଲଗା ଥିଲା।
wp:html /wp:htmlନ୍ୟୁୟର୍କରେ ହଲିଡେ ସେଲିବ୍ରେସନ ସାରି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଦର୍ଶକ ତାଙ୍କୁ ଘେରି ଯାଇଥିଲେ। ଏହି ସମୟରେ ଜଣେ ଯୁବକ ସେଲଫି ନେବା ଲାଗି ତାଙ୍କ ପାଖକୁ ଯାଇଥିଲେ। ସେଲଫି ନେବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରିକି ସାରା ତାଙ୍କୁ ନିରାଶ କରି ନ ଥିଲେ ତାଙ୍କ ସହ ସେଲଫି ମଧ୍ୟ ନେଇ ଥିଲେ। ବର୍ତ୍ତମାନ ସମୟରେ ସାରା ଅଲ୍ଲୀ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ନ୍ୟୁୟର୍କ ଛୁଟି କାଟିବା ବେଳର ଅନେକ ଫଟୋ ସାରା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।