କାର୍ତ୍ତିକ୍‌ଙ୍କୁ ଦେଖିକି ଗାଏବ ହୋଇଗଲା ସାରାଙ୍କ ମୁହଁରୁ ହସ, ଟ୍ରୋଲ୍‌ କଲେ ୟୁଜର୍ସ...

Published By : Prameya-News7 Bureau | June 18, 2022 IST

ମୁମ୍ବାଇ ୧୮।୦୬ : ନିକଟରେ ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରା ଅଲି ଖାନ ଏକ ଆୱାର୍ଡ ଶୋ’ରେ ପହଞ୍ଚିଥିଲେ। ଏହି ସମୟରେ ସାରା ଏକ ସୁନ୍ଦର କଳା ରଙ୍ଗର ଗାଉନ୍ ପିନ୍ଧିଥିଲେ। ଏହି ଡ୍ରେସ୍‌ରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। କିନ୍ତୁ ହଠାତ୍ କାର୍ତ୍ତିକ୍‌ ଆର୍ଯ୍ୟନଙ୍କୁ ତାଙ୍କ ସାମ୍ନାରେ ଦେଖି ସାରାଙ୍କ ମୁହଁରେ ଥିବା ସହି ଚମକ ଗାଏବ ହୋଇଗଲା।  କାର୍ତ୍ତିକ ଓ ସାରା ସହ ଫଟୋଗ୍ରାଫି କରିଥିବା ବେଳେ ସାରାଙ୍କ ମୁହଁରୁ ହସ ହଜିଯାଉଥିଲା। ସାରା କାର୍ତ୍ତିକାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

wp:html
/wp:html

ସାରା ଏବଂ କାର୍ତ୍ତିକଙ୍କ ଯୋଡି ଫିଲ୍ମ 'ଲଭ୍ ଆଜକଲ୍- ୨' ରେ ଦେଖିବାକୁ ମିଳିଥିଲା ​​। ଲୋକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ କିନ୍ତୁ ପରଦାରେ ଫିଲ୍ମ କିଛି ବିଶେଷ କରିପାରି ନଥିଲା । ଏହି ଫିଲ୍ମ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଫିଲ୍ମ ପରେ ଏହା ପ୍ରଥମ ଥର ପାଇଁ କାର୍ତ୍ତିକ ଏବଂ ସାରାଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ଇଭେଣ୍ଟରେ, ଦୁହେଁ ଏକାଠି ଫଟୋ କ୍ଲିକ୍‌ କରିଥିଲେ, ମଧ୍ୟ ଏପରି କିଛି ଘଟିଥିଲା ​​ଯାହା ବର୍ତ୍ତମାନ ଲୋକମାନେ ସାରା ଅଲି ଖାନଙ୍କୁ ଟ୍ରୋଲ କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସାରା ଅଲି ଖାନ, କାର୍ତ୍ତିକ ଆର୍ଯ୍ୟନ, କ୍ରିତି ସାନନ ଏବଂ ବରୁଣ ଧାୱନ ଏକାଠି ନଜର ଆସିଥିଲେ। ଏହି ସମୟରେ ପାପାରାଜିଙ୍କ ସାମ୍ନାରେ କାର୍ତ୍ତିକଙ୍କ ସହ ସାରା ଫଟୋ ଉଠାଉଥିବା ବେଳେ ବହୁତ ଅସହଜ ଅନୁଭବ କରନ୍ତି ଏବଂ ତାଙ୍କ ମୁହଁରେ ହସ ହାଏବ ହୋଇଯାଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ୟୁଜର୍ସମାନେ ସାରା ଅଲି ଖାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.