ସାରାଙ୍କ ଡ୍ରେସ୍ ଦେଖି ପ୍ରଶଂସା କଲେ ଦର୍ଶକ… ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ
11/02/2020 at 11:55 AM

ମୁମ୍ବାଇ୧୧|୨:ସୈଫ ଅଲ୍ଲୀ ଖାନଙ୍କ ଲାଡଲି ସାରା ଅଲ୍ଲୀ ଖାନ ଏବେ ଦର୍ଶକଙ୍କ ଦିଲରେ ରାଜ କରନ୍ତି । ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି ସାରା ଅଲ୍ଲୀ ଖାନ । ସାରାଙ୍କ ଜାଦୁ ଏବେ ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ସାରା ଛାଇ ଯାଇଛନ୍ତି।

ସାରାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ଏବେ ନ୍ୟାସନାଲ କ୍ରସ୍ ମଧ୍ୟ ହୋଇସାରିଛନ୍ତି ।ସେ ଏବେ ନିଜ ଅପକମିଂ ଫିଲ୍ମ ‘ଲଭ୍ ଆଜକଲ୍ ୨’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଚଳିତ ମାସ ୧୪ ତାରିଖ ତଥା ଭାଲେଣ୍ଟାଇନ୍ ଡେ’ରେ ରିଲିଜ ହେବ।

ସାରା ଏବେ ନିଜ ଡ୍ରେସ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରୋମାନିଆର ଡିଜାଇନର ଏଲିନା ସେର୍ନାଟେସ୍କଙ୍କ ଦ୍ୱାରା ପ୍ରସ୍ତୁତ ଏକ ବ୍ଲୁ କଲର ଡ୍ରେସ୍ରେ ସାରା ନଜର ଆସିଛନ୍ତି। ଡ୍ରେସ୍କୁ ମ୍ୟାଚ୍ କରି ବ୍ଲୁ କଲରର ହିଲ୍ ପିନ୍ଧିଛନ୍ତି ସାରା। ପ୍ରମୋସନରେ ସାରା ଓ କାର୍ତ୍ତିକ ଟୁଇନିଂ କରି ବ୍ଲୁ କଲରର ଡ୍ରେସ ପିନ୍ଧିଥିଲେ।

ସାରାଙ୍କ ଏହି ଡ୍ରେସ୍ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଲୁକ୍ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ତେବେ ସାରାଙ୍କ ଏହି ଡ୍ରେସ୍ର ଦାମ୍ ଶୁଣିଲେ ଲୋକେ ଆଚମ୍ବିତ ହେବେ। ଏହି ଡ୍ରେସ୍ଟିର ଦାମ୍ ହେଉଛି ୪୫,୫୩୨ ଟଙ୍କା।