ଆନ୍ତର୍ଜାତୀୟ କିକ୍‌ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ସାର ମାଝି

Published By : Prameya-News7 Bureau | November 26, 2022 IST

ପାଟନା ୨୬/୧୧: କିକ୍ ବକ୍ସିଂରେ ଭାରତ ପାଇଁ ଗୌରବ ଆଣିଛନ୍ତି କେନ୍ଦୁଝରର ସାର ମାଝୀ। ସେ ଆନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡେରେସନ୍ ପକ୍ଷରୁ ଦିଲ୍ଲୀର ତାଲ କାଟୋରା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଖେଳରେ କିକ୍ ଲାଇଟ୍ର ସ୍ୱର୍ଣ୍ଣ ଏବଂ ଲାଇଟ୍ କଣ୍ଟାକ୍ଟରେ ରୌପ୍ୟ ପଦକ ହାସଲ କରି ସୁନାମ ଆଣିଛନ୍ତି ଛାତ୍ରୀ ସାର ମାଝୀ। ସେ ତୁରୁମୁଙ୍ଗା ରେ ଥିବା ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ। ସେକେଣ୍ଡ ୱାକୋ ଓପନ ଇଣ୍ଟରନେସନାଲ ଟୁର୍ଣ୍ଣାମେଣ୍ଟ ରେ କିକ୍ ବକ୍ସିଂ ଖେଳରେ ଦକ୍ଷିଣ କୋରିଆ, ଉଜବେକିସ୍ତାନ, ଜୋରଡାନ, ଭାରତ ଆଦି ୪ଦେଶ ମଧ୍ୟରେ ଖେଳ ହୋଇଥିଲା।

{"id":714121,"width":548,"height":308,"sizeSlug":"full","linkDestination":"none"}

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ସାର ମାଝୀ ପ୍ରତିନିଧିତ୍ୱ କରିଥିଲେ । ଯୋଡ଼ା ବ୍ଲକ ବନ୍ଧୁଆବେଡା ଗାଁର ସ୍ବର୍ଗତ ଘାସିରାମ ମାଝୀ ଓ ରାଇମଣି ମାଝୀ ଙ୍କ ସାନ ଝିଅ ହେଉଛନ୍ତି ସାର, ପିଲାଟି ଦିନରୁ ମନରେ କିକ୍ ବକ୍ସିଂ ଖେଳ ପ୍ରତି ତାଙ୍କର ଉତ୍ସାହ ରହିଥିଲା। କୋଚ୍ ମଞ୍ଜିତ ସିଂହଙ୍କ ଠାରୁ ପ୍ରେରଣା ପାଇ ମାଟକାମବେଡା ରେ ୭ମ ଶ୍ରେଣୀ ପଢ଼ିବା ବେଳୁ କିକ୍ ବକ୍ସିଂ ଖେଳି ସେ ଅନେକ ପଦକ ହାସଲ କରିଛନ୍ତି। ଉଭୟ ସ୍ୱର୍ଣ୍ଣ ଆଉ ରୌପ୍ୟ ପଦକ ହାସଲ ପରେ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ସଭା କରାଯାଇ ସାରଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କର ଏହି ସଫଳତା ପାଇଁ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ବନ୍ଧୁ ପରିଜନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଏହା ସହିତ ବାପା, ମା, ଶିକ୍ଷକ ଓ କୋଚଙ୍କୁ "ସାର" ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି। ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ସାରଙ୍କ କୋଚ୍‌ ମଞ୍ଜିତ ସିଂହ ଓ କଲେଜ ଅଧ୍ୟକ୍ଷ ଶରତ ମହାନ୍ତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.