ରାତି ପାହିଲେ ଦୀପାବଳି, ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ପାଇଁ ପ୍ରସ୍ତୁତି ଶେଷ

Published By : Prameya-News7 Bureau | November 11, 2023 IST

ଭଦ୍ରକ ୧୧।୧୧: ରାତି ପାହିଲେ ଦୀପାବଳି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପା ହେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି ।

ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ଵା ଆଉ ବଡ଼ ବଡ଼ ଚକ୍ଷୁର କଥା । କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ କଥା ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମାହାକାଳୀ ବେଶରେ ଦର୍ଶନ ଦିଅନ୍ତି । ଏଥର ଆସନ୍ତା ୧୨ ତାରିଖରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେବ । ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

୧୨ ତାରିଖରୁ ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକ କଳସ ଶୋଭଯାତ୍ରା ହେବ । ପ୍ରଥମ ଦିନରେ ବେଦମାତା ବେଶ, ପରଦିନ ମହାକାଳୀ ବେଶ, ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ବତୀ ବେଶ ଓ ଶେଷ ଦିନରେ ମହଲଷ୍ମୀ ବେଶରେ ଦର୍ଶନ ଦେବେ । ପ୍ରତ୍ୟକ ଦିନର ବେଶରେ ସ୍ୱତନ୍ତ୍ରତା ରହିଛି । ଅନ୍ତିମ ଦିବସରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ସପ୍ତଦିବସୀୟ ଏହି ପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠରେ ସବୁ ପ୍ରସ୍ତୁତି ସରିଛି ।

You Can Read :

wp:embed {"url":"https://www.prameyanews7.com/differently-abled-girl-molested-allegation-in-balasore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/differently-abled-girl-molested-allegation-in-balasore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.