୩୦ କିଲୋର ଗାଉନ୍‌ ପିନ୍ଧି ରେଡ୍‌ କାର୍ପେଟ୍‌ରେ ଏଣ୍ଟ୍ରି କଲେ ସପନା, ଦେଶୀ କ୍ଵିନ୍‌ଙ୍କୁ ଲୋକେ କଲେ ପ୍ରଶଂସା

Published By : Prameya-News7 Bureau | May 20, 2023 IST

ମୁମ୍ଵାଇ ୨୦।୦୫: ସବୁଠୁ ବଡ ଫିଲ୍ମ ଫେଷ୍ଟିଭାଲ୍ କାନ୍ସ । ଯାହା ବର୍ତ୍ତମାନ ୧୬ ତାରିଖରୁ ଆରମ୍ଭ ହୋଇଯାଇଛି।ଏହି ଇଭେଣ୍ଟରେ ବିଶ୍ଵର ସମସ୍ତ ଛୋଟବଡ ତାରକା ଅଂଶ ଗ୍ରହଣ କରୁଛନ୍ତି।  ଏହି ବର୍ଷ ଅନେକ ବଲିଉଡ ଅଭିନେତ୍ରୀ କାନ୍ସରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ଆଜି ଆମେ କୌଣସି ବଲିଉଡ ସୁନ୍ଦରୀ ବିଷୟରେ କହୁନାହୁଁ ବରଂ ଦେଶୀ କ୍ଵିନ୍‌ ସପନା ଚୌଧୁରୀଙ୍କ ବିଷୟରେ କହିବାକୁ ଯାଉଛୁ। ଯିଏ ୨୦୨୩ର ରେଡ କାର୍ପେଟରେ ଏତେ ଚମତ୍କାର ଏଣ୍ଟ୍ରି କରିଛନ୍ତି ।ଯାହାକୁ ନେଇ ପ୍ରଶଂସକମାନେ ପ୍ରଶଂସା କରିବାରେ ଥକି ନାହାଁନ୍ତି।

cannes 2023: कांस फेस्टिवल में पहुंची सपना चौधरी, पहना 30 किलो का गाउन

ସପନା ଚୌଧୁରୀ ହରିୟାଣା ଠାରୁ କାନ୍ସ ଯାତ୍ରା କରି ନିଜର ପରିଶ୍ରମ ଏବଂ ପ୍ରତିଭାର ଶକ୍ତି ପ୍ରମାଣ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଗାୟକ, ନୃତ୍ୟଶିଳ୍ପୀ ତଥା ଅଭିନେତା ସପନା ଚୌଧୁରୀ ୩୦ କିଲୋଗ୍ରାମ ଗାଉନ୍ ପିନ୍ଧି କାନ୍ସ ଫେଷ୍ଟିଭାଲର ରେଡ୍ କାର୍ପେଟ୍ ଏଣ୍ଟ୍ରି କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Sapna Choudhary makes her dream red carpet debut at Cannes 2023. Greets  everyone with folded hands. See pics - India Today

କହିବାକୁ ଗଲେ ସପନା ଚୌଧୁରୀ ୧୮ ମେ’ କାନ୍ସ ଫେଷ୍ଟିଭାଲର ରେଡ କାର୍ପେଟରେ ଡେବ୍ୟୁ କରିଛନ୍ତି । କହିବାକୁ ଗଲେ ସପନା ହେଉଛନ୍ତି ଭାରତର ପ୍ରଥମ ଆଞ୍ଚଳିକ ବା ରିଜନାଲ କଳାକାର । ଯିଏ କାନ୍ସରେ ସାମିଲ୍‌ ହୋଇଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସପନା ହରିୟାଣୀ ଗୀତ ପାଇଁ ସାରା ଦେଶରେ ଲୋକପ୍ରିୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.