ସାଲୱାର ସୁଟ୍‌ ପିନ୍ଧି କାହିଁକି ଡାନ୍ସ କରନ୍ତି ସପନା ଚୌଧରୀ,ଜାଣନ୍ତୁ ଅସଲି କାରଣ

Published By : Prameya-News7 Bureau | September 27, 2019 IST

ମୁମ୍ବାଇ୨୬|୯: ସପନା ଚୌଧୁରୀ ଲକ୍ଷ ଲକ୍ଷ ଦର୍ଶକଙ୍କ ଦିଲରେ ରାଜ କରନ୍ତି। ତାଙ୍କର ଡାନ୍ସ ଷ୍ଟେପ ଫେମସ ହେବା ସହ ଯେଉଁ ଗୀତରେ ସେ ପ୍ରଦର୍ଶନ କରନ୍ତି ସେ ଗୀତ ସୁପରହିଟ୍‌ ହୋଇଯାଏ। ଯେମିତିକି ତାଙ୍କ ଗୀତ “ତେରୀ ଆଖ୍ୟୋଁ କା ୟୋ କାଜଲ” ଅଧିକାଂଶ ସମୟରେ ପାର୍ଟିରେ ବାଜୁଥିବାର ନିହାତି ଶୁଣିଥିବେ।

{"id":163302,"width":546,"height":578}

୧୨ ବର୍ଷ ବୟସରୁ ସପନା ଗୀତ ଗାଇବା ଓ ନାଚିବା ଆରମ୍ଭ କରିଥିଲେ।  ସେତେବେଳେ ସପନାଙ୍କ ପାଖରେ ଅଧିକ ଟଙ୍କା ନଥିଲା । ସେଥିପାଇଁ ଡାନ୍ସ ସୋ ଗୁଡିକରେ ସେ ସାଲୱାର ବ୍ୟତୀତ ଅନ୍ୟ କୌଣସି ଡ୍ରେସ କିଛି ପିନ୍ଧି ପାରୁନଥିଲେ। ସପନା ସାଲୱାର ସୁଟ୍‌ ପିନ୍ଧି ହିଁ ଡାନ୍ସ କରିବା ଆରମ୍ଭ କରିଥିଲେ।

{"id":163303}

ତେବେ ଅନେକ ଦର୍ଶକ ଭାବୁଥିବେ ଯେ, ଏବେ ଭଲ ଆୟ କରଲା ପରେ ମଧ୍ୟ ସପନା ସାଲୱାର ପିନ୍ଧି କାହିଁକି ଡାନ୍ସ କରନ୍ତି। ଏହାର କାରଣ ଜାଣନ୍ତୁ।

{"id":163304}

ସପନା ନିଜ ସାଲୱାର ସୁଟ୍‌ ଲୁକ୍‌ ବିଷୟରେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ସାକ୍ଷାତକାରରେ ସପନାଙ୍କୁ ତାଙ୍କର ସବୁ ଲୁକ୍‌ ବିଷୟରେ ପଚାରାଯାଇଥିଲା। ସାଲୱାର ପିନ୍ଧି ନାଚିଲେ ସେ ଅଧିକ କମ୍ଫର୍ଟ ଅନୁଭବ କରନ୍ତି।

{"id":163305}

ତାଙ୍କ ସୋରେ ଅନେକ ପରିବାର ଲୋକେ ମଧ୍ୟ ସାମିଲ ହୁଅନ୍ତି। ଏଥିପାଇଁ ତାଙ୍କୁ ସାଲୱାର ସୁଟ୍‌ ପିନ୍ଧି ଡାନ୍ସ କରିବା ପାଇଁ ଭଲ ଲାଗେ ବୋଲି ସପନା କହିଛନ୍ତି।

{"id":163306,"width":561,"height":368}

ସପନାଙ୍କ ଷ୍ଟେଜ ସୋରେ ବହୁତ ଅଧିକ ଭିଡ ଥାଏ। ତାଙ୍କ ନାଚର ସମସ୍ତେ ଦିୱାନା। ସବୁଠୁ ଖାସ କଥା ଏହା ଯେ, ସପନା ନିଜ ଡାନ୍ସର ଜଲୱା ବିଗବସ୍‌ରେ ମଧ୍ୟ ଦେଖାଇଥିଲେ।

{"id":163307}

ରିୟାଲିଟି ସୋ ବିଗ ବସ୍‌ ୧୧ରେ ସପନା ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ସୋରେ ଏକ ଟାସ୍କରେ ସପନା ହିନା ଖାନଙ୍କ ସହ “ତେରୀ ଆଖ୍ୟୋଁ କା ୟୋ କାଜଲ” ଗୀତରେ ନାଚିଥିଲେ।

{"id":163308}

ଉଭୟ ନାଚିବା ସମୟରେ ବିଗବସ୍‌ର ଅନ୍ୟ ପ୍ରତିଯୋଗୀତାମାନେ ମଧ୍ୟ ନାଚି ଗୀତକୁ ଉପଭୋଗ କରିଥିଲେ।

{"id":163310}

ସୋସିଆଲ ମିଡିଆରେ ସପନାଙ୍କର ପୋଷ୍ଟ ଦେଖିଲେ ଜାଣିହେବ ଯେ, ସୋ ପରେ ନିଜ ବ୍ୟକ୍ତିଗତ ଜୀବନରେ ସେ ଅନେକ ଷ୍ଟାଇଲିସ୍‌ ଡ୍ରେସ ପିନ୍ଧନ୍ତି। ସେ ୱେଷ୍ଟର୍ନ ପୋଷାକ ପିନ୍ଧିବାକୁ ମଧ୍ୟ ଭଲ ପାଆନ୍ତି।

{"id":163311}

ସପନାଙ୍କ ପପୁଲାରିଟି ହରିଆଣାରୁ ନେଇ ସମଗ୍ର ଦେଶରେ ଛାଇଯାଇଛି। ବିଗବସ୍‌ରୁ ବାହାରିବା ପରେ ସେ ଆହୁରୀ ଫେମସ ହୋଇଛନ୍ତି। ଏବେ ସପନା କେବଳ ଷ୍ଟେଜ ସୋ କରୁଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.