ବଡ଼ଚଣା ପୋଲିସର ସଫେଇ କାର୍ଯ୍ୟକ୍ରମ, ମହାବିନାୟକ ପୀଠ ପରିସର କଲେ ସଫା

Published By : Prameya-News7 Bureau | November 28, 2022 IST

ଚଣ୍ଡିଖୋଲ ୨୮/୧୧- ଯାଜପୁର ଜିଲ୍ଲା ବଡ଼ଚଣାରେ ସଫେଇ କାର୍ଯ୍ୟକ୍ରମ । ବଡ଼ଚଣା ଥାନା ଆମ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିନାୟକ ପୀଠ ପରିସରକୁ ସଫେଇ କରିଛି ଆମ ପୋଲିସ । ବଡ଼ଚଣା ଥାନା ଅଧିକାରୀଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଶୈବ ପୀଠ ପରିସରକୁ ସଫା କରିଛନ୍ତି ।   

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାବିନାୟକ ପୀଠକୁ ଆସିଥାନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ମାହଦେବଙ୍କୁ ଦର୍ଶନ କରିବା ସହିତ ବଣଭୋଜି ମଧ୍ୟ କରିଥାନ୍ତି ପର୍ଯ୍ୟଟକ । ଫଳରେ ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନାରେ ପଡ଼ିଥାଏ । ତେବେ ଏହାକୁ ବଡ଼ଚଣା ଥାନା ପୋଲିସ ପକ୍ଷରୁ ସଫା କରାଯାଇଛି । ଆଗାମୀ ଦିନରେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.