‘ଗେହରାଇୟାଁ‘ ଷ୍ଟାରଙ୍କ ସହ ରୋମାନ୍ସ କରିବେ ସାନ୍ୟା, ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଟିଂ
20/08/2022 at 10:17 AM

ମୁମ୍ଵାଇ ୨୦।୦୮: ଶକୁନ ବାତ୍ରାଙ୍କ ‘ଗେହରାଇୟାଁ’ରେ ଦମ୍ଦାର ପ୍ରଦର୍ଶନ ପରେ ଅପ୍କମିଙ୍ଗ ଫିଲ୍ମରେ ସେକେଣ୍ଡ ଲିଡ୍ ରୋଲ୍ ପାଇଛନ୍ତି ଧୈର୍ଯ୍ୟ କାର୍ୱା । ବଡ଼ ଖବର ହେଉଛି ଏଥିରେ ତାଙ୍କ ସହ ରୋମାନ୍ସ କରିବେ ସାନ୍ୟା ମଲହୋତ୍ରା । ରିପୋର୍ଟ ଅନୁସାରେ, କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ରେ ନିଜର ନୂଆ ପ୍ରୋଜେକ୍ଟ ପାଇଁ ଫ୍ରେଶ୍ ଯୋଡ଼ି ଖୋଜୁଥିଲେ । ଧୈର୍ଯ୍ୟ ଓ ସାନ୍ୟାଙ୍କ ପାଖରେ ସେମାନଙ୍କ ଖୋଜା ଶେଷ ହୋଇଛି । ଚଳିତ ବର୍ଷ ଶେଷରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।
ତେବେ ସାନ୍ୟା-ଧୈର୍ଯ୍ୟ ପ୍ରଥମ ଥର ଏହି ପ୍ରଡକ୍ସନ୍ ହାଉସ୍ ଅଧୀନରେ କାମ କରିବେ ନାହିଁ । ପୂର୍ବରୁ ସାନ୍ୟା ‘ମିନାକ୍ଷୀ ସୁନ୍ଦରେଶ୍ୱର’ରେ ଏହି ବ୍ୟାନର୍ ଅଧୀନରେ କାମ କରିଥିଲେ । ତାଙ୍କ ଅପୋଜିଟ୍ରେ ନଜର ଆସିଥିଲେ ଅଭିମନ୍ୟୁ ଦସାନି । ସେହିପରି କରଣ ଜୋହରଙ୍କ ପ୍ରଯୋଜନାରେ ରିଲିଜ୍ ହୋଇଥିବା ‘ଗେହରାଇୟାଁ’ରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଧୈର୍ଯ୍ୟ ନଜର ଆସିଥିଲେ ।
ସାନ୍ୟାଙ୍କ ହାତରେ ଏବେ ଏକରୁ ଏକାଧିକ ପ୍ରୋଜେକ୍ଟ ରହିଛି । ଆଟଲିଙ୍କ ଅପ୍କମିଙ୍ଗ ଫିଲ୍ମ ‘ଯୱାନ୍’ରେ ସେ ନଜର ଆସିବେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶାହରୁଖ ଖାନ୍ ଓ ନୟନତାରା । ମେଘନା ଗୁଲଜାରଙ୍କ ‘ସାମ ବାହାଦୂର’ ଫିଲ୍ମ ମଧ୍ୟ ସେ ସାଇନ୍ କରିଛନ୍ତି । ଏଥିରେ ବିକି କୌଶଲ ଓ ‘ଦଙ୍ଗଲ’ କୋ-ଷ୍ଟାର୍ ଫାତିମା ସନା ଶୈଖଙ୍କ ସହ ସେ ସ୍କ୍ରିନ୍ ସେୟାର କରିବେ । ସେତିକି ନୁହେଁ ‘ଦ ଗ୍ରେଟ୍ ଇଣ୍ଡିଆନ୍ କିଚେନ୍’ର ହିନ୍ଦୀ ରିମେକ୍, ‘କଟହଲ୍’ ଓ ଅନ୍ୟ କିଛି ପ୍ରୋଜେକ୍ଟ ବି ସେ ସାଇନ୍ କରିଛନ୍ତି ।