ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ବଦାନ୍ୟତା, ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଦେଲେ ଟଙ୍କା

Published By : Prameya-News7 Bureau | October 15, 2022 IST

ନୀଳଗିରି,୧୫/୧୦: ଶିକ୍ଷାନୁଷ୍ଠାନର ବିକାଶ ପାଇଁ ନୀଳଗିରିର ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ବଦାନ୍ୟତା। ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଲକ ଅଧିନ ଦକ୍ଷିଣ ନରସିଂହପୁର ଗ୍ରାମପଂଚାୟତର ପ୍ରତାପଡା ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିମନ୍ତ୍ରଣ ରକ୍ଷାକରି ଶ୍ରୀ ଖଟୁଆ ଯାଇଥିଲେ। ବିଦ୍ୟାଳୟରେ ବିଜ୍ଞାନ ପ୍ରୟୋଗଶାଳା ନିର୍ମାଣ ପାଇଁ ସେ ନିଜସ୍ୱ ୬୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଓଡିଶା ସରକାରଙ୍କୁ ଏସପିଏଫ ପାଣ୍ଠିରୁ ୫ଲକ୍ଷ ଟଙ୍କା ମଂଜୁର ପାଇଁ ପ୍ରଚେଷ୍ଟା କରିଥିଲେ। ଏବେ ବିଦ୍ୟାଳୟର ବିକାଶ ପାଇଁ ସେ ଅଣ୍ଟା ଭିଡିଛନ୍ତି । ବିଦ୍ୟାଳୟ କିପରି ୫ଟି ଅନ୍ତର୍ଗତ ହେବା ପରେ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ନିତ ହେବ ଏନେଇ ବିଷଦ ଆଲୋଚନା କରିଥିଲେ। ତାଙ୍କର ବଦାନ୍ୟତା ପାଇଁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.