ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସର୍ବ ଭାରତୀୟ ସନ୍ଥ ସମ୍ମିଳନୀ, ସାମିଲ ହେଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

3/02/2023 at 9:40 AM

ସାଲେପୁର ୦୩/୦୨: କଟକ ଜିଲ୍ଲା କିଶନନଗର ତହସିଲ,ଶିର୍ଲ ବ୍ରାହ୍ମଣଖଣ୍ଡ ଗୋମତି ଆଶ୍ରମ ଠାରେ ୮ ଦିନ ବ୍ୟାପି ସର୍ବ ଭାରତୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ । ଶ୍ରୀମଦ ଭାଗବତ ସପ୍ତାହ ଭକ୍ତି ମହାଯଜ୍ଞ ଓ ଶ୍ରୀ ହରି ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହା ଆଠ ଦିନ ବ୍ୟାପୀ ଚାଲିବ।

ଏହି କାର୍ଯ୍ୟକ୍ରମରେ ବଦ୍ରିନାଥ,ଋଷିକେଶ,ହରିଦ୍ୱାର,ପ୍ରୟାଗରାଜ,ଦ୍ୱାରକାଧାମ,ରାମେଶ୍ୱରଧାମସହ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଧୁସନ୍ଥ ଯୋଗ ଦେଇଥିବା ବେଳେ ପଞ୍ଚମ ଦିନରେ ମାର୍ଗ ଦର୍ଶକ ଭାବେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ୍ଵର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ହଜାର ହଜାର ଭକ୍ତଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ରେ ହରିବୋଲ ହୁଳାହୁଲି ଧ୍ୱନି ମଧ୍ୟରେ ଯୋଗଦାନ କରିଥିଲେ ।

ସେଠାରେ ସେ ପହଂଚି ଆଶ୍ରିବଚନ ଦେବା ସହ ଆଗାମୀ ଶତାବ୍ଦୀ ଭାରତ ହିନ୍ଦୁ ରାଷ୍ଟ୍ର ହେବ। ସମଗ୍ର ବିଶ୍ୱ ହିନ୍ଦୁ ଧର୍ମ ଅନୁଗାମୀ ହେବେ ବୋଲି ମତ ଦେଇଥିଲେ । ହଜାର ହଜାର ଭକ୍ତ ଏହି ଭାଗବତ କାର୍ଯ୍ୟକ୍ରମରେ ଯୋଗଦାନ କରି ଜଗତଗୁରୁଙ୍କ କୃପା ଭିକ୍ଷା କରିବା ସହ ଶ୍ରୀମୁଖରୁ ହିନ୍ଦୁ ଧର୍ମର କିଭଳି ରକ୍ଷା କରାଯିବା ଦିବ୍ୟ କଥା ଶ୍ରବଣ କରିଥିଲେ।

ଏଥିସହିତ ବହୁ ସାଧୁସନ୍ଥ ଉପସ୍ଥିତ ରହିଥିବା ଦେଖାଯାଇଥିଲା । ଆଶ୍ରମର ମୁଖ୍ୟ ଶ୍ରୀ ଅକ୍ଷୟ ଦେବ ଦାସ ମହାରାଜ ଓ ସାଧୁବଟ ଗୋମତି ଆଶ୍ରମର ଶିଷ୍ୟ ଓ ଭକ୍ତ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ଜରିଥିଲେ । ଆଖପାଖ ଅଞ୍ଚଳର ଭକ୍ତ, ସାଧୁସନ୍ଥ ଓ ବ୍ରାହ୍ମଣ ବୈଷ୍ଣବ, ପଣ୍ଡିତ ଇତ୍ୟାଦି ଉପସ୍ଥିତ ରହିଥିବା ଦେଖାଯାଇଥିଲା।

   Related Posts